Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋରେଇରେ ବବି ବାଣ୍ଟୁଛନ୍ତି କଳା ଟଙ୍କା !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କୋରେଇରେ ବବି ବାଣ୍ଟୁଛନ୍ତି କଳା ଟଙ୍କା !

Key Points

  • କୋରେଇରେ ବବି ବାଣ୍ଟୁଛନ୍ତି କଳା ଟଙ୍କା
  • ମାଆଙ୍କୁ ଜିତାଇବେ, ପରେ ଉପ-ନିର୍ବାଚନରେ ଜିତିବେ
  • କୋରେଇ ନ ଜିତିଲେ ଅନ୍ଧାର ହୋଇଯିବ ବବିଙ୍କ ରାଜନୈତିକ ଭାଗ୍ୟ-ଭବିଷ୍ୟତ

ଅର୍ଗସ ବ୍ୟୁରୋ:  ଯାଜପୁରରୁ ଜବତ ୫ କୋଟି ଟଙ୍କା ବବିଙ୍କର ? ମାଆଙ୍କୁ ଜିତାଇବାକୁ କଳା ଟଙ୍କା ବାଣ୍ଟୁଥିଲେ କି ବବି ? ଧରାପଡିବା ପରେ ଦୋଷ ମାନିବାକୁ ଲକ୍ଷାଧିକ ଟଙ୍କା ଦିଆଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ।

ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଯାଜପୁରରୁ ଯାଇ ସମ୍ବଲପୁରରେ ଲୋକସଭା ପ୍ରାର୍ଥୀ ହେଲେଣି, ପାଣ୍ଡିଆନ ସାଙ୍ଘାତିକ ହଇରାଣ ବି କଲେଣି । ହେଲେ ବି ନିଜ ମନ୍ଦବୁଦ୍ଧି ଛାଡିପାରୁନାହାନ୍ତି ବବି । ଗୋଡହାତ ତଳେ ପଡ଼ି କୋରେଇ ଆସନରୁ ନିଜ ମାଆଙ୍କୁ କରିଛନ୍ତି ବିଧାନସଭା ପ୍ରାର୍ଥୀ । ଯେହେତୁ ସମ୍ବଲପୁରରୁ ସେ ହାରୁଛନ୍ତି ତେଣୁ କୋରେଇ ଜିତିବାକୁ ବବି ଖଟାଉଛନ୍ତି ସବୁ ଶକ୍ତି । କଳେ ବଳେ କୌଶଳେ ନିର୍ବାଚନ ବୈତରଣୀ ପାର ହେବାକୁ ସେ ଟଙ୍କା ବାଣ୍ଟି ଭୋଟ୍‌ କିଣିବା ପରି ହୀନ ଚକ୍ରାନ୍ତ କରିବାକୁ ବି ପଛାଇନାହାନ୍ତି । ଏ କଥା ଆମେ ନୁହେଁ ବରଂ ଅଭିଯୋଗ କରିଛନ୍ତି ବିରୋଧୀ ।

ଦୁଇ ଦିନ ତଳେ ଯାଜପୁରର ଜଣେ ଠିକାଦାରଙ୍କ କାରରୁ ରାଜଧାନୀରେ ଜବତ ହୋଇଥିଲା ୫ କୋଟି ଟଙ୍କା । ଭୁବନେଶ୍ଵର ଷ୍ଟେଟ୍ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଏହି ସବୁ ଟଙ୍କା ବି ଗଣାଗଲା । ବିଜେପି କହିଛି ଟଙ୍କା ଜବତ ହୋଇଥିବା କାରର ମାଲିକ ଠିକାଦାର ନିହାର ମହାନନ୍ଦ ବବି ଦାସଙ୍କ ଖାସ୍ ଅନୁଗତ । ଯାଜପୁର ଜିଲ୍ଲାରେ ହଜାର ହଜାର କୋଟି ଟଙ୍କାର ପାହାଡ଼ କେଳେଙ୍କାରୀରେ ରହିଛି ଏହି ଠିକାଦାରଙ୍କ ହାତ । ଆଉ ସେ ଟଙ୍କା ସବୁ ଯାଉଥିଲା କୋରେଇକୁ । ଯଦି ଏହା ସତ ହୋଇଥାଏ ତାହାଲେ ସାଙ୍ଘାତିକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ କୋରେଇ ନୁହେଁ ସାରା ଓଡ଼ିଶାରେ ବିଜେଡିକୁ ଘାରିଛି ପରାଜୟ ଭୟ। କଳ ବଳ ସବୁ ପ୍ରୟୋଗ କରି ବି ଭୋଟରଙ୍କୁ ମନାଇବାରେ ବିଫଳ ବିଜୁ ଜନତା ଦଳ । ଏବେ ଶାସକ ଦଳ ପାଇଁ ଶେଷ ଅସ୍ତ୍ର ପାଲଟିଛି ଟଙ୍କା। ସାରା ରାଜ୍ୟରୁ ସାମ୍ନାକୁ ଆସୁଛି ବିଜେଡି ଟଙ୍କା ବଣ୍ଟା କେଳେଙ୍କାରୀର ଚିତ୍ର। ଶାସକ ଦଳ ଖୁଲମଖୁଲ୍ଲା ଟଙ୍କା ବାଣ୍ଟୁଛି ସେମାନଙ୍କର କୋଟି କୋଟି ଟଙ୍କା ଧରାପଡୁଛି। 
 

Sponsored
Bobby Das | Argus News