|
logo
Live

Argus News - ଶଙ୍ଖ ଭବନରେ ବବିଙ୍କୁ ଛିଗୁଲେଇଲେ ଯୁବନେତା

Odisha

ଶଙ୍ଖ ଭବନରେ ବବିଙ୍କୁ ଛିଗୁଲେଇଲେ ଯୁବନେତା

Smruti Parija
Browse all articles by Smruti Parija
·1 year ago·2 min read
ଶଙ୍ଖ ଭବନରେ ବବିଙ୍କୁ ଛିଗୁଲେଇଲେ ଯୁବନେତା

Key Points

  • ଶଙ୍ଖ ଭବନରେ ବବିଙ୍କୁ ଛିଗୁଲେଇଲେ ଯୁବନେତା
  • କହିଲେ, ହାରିବା ନେଇ ମୁହଁ ଖୋଲନ୍ତୁ କ୍ରୀତଦାସ
  • ବବି ଆସିଲେ କିନ୍ତୁ ମଙ୍ଗରାଜ ଦେଖାଦେଲେନି

ଅର୍ଗସ ବ୍ୟୁରୋ : ସାଙ୍ଘାତିକ ହେଲାଣି ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରେ ହିଁ ତେଜିଲାଣି ଅସନ୍ତୋଷ । କାହିଁକି ଏତେ ଲୋକପ୍ରିୟତା ଥିବା ପରେ ବି ଦଳ ହାରିଲା ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହେବା ଭିତରେ ଦଳର ଛାତ୍ର-ଯୁବ ନେତା କିନ୍ତୁ ସିଧାସଳଖ ବବିଙ୍କୁ ଦାୟୀ କରୁଛନ୍ତି । ଖାଲି ଦାୟୀ କରୁଛନ୍ତି ତାହା ନୁହେଁ ବରଂ ଶଙ୍ଖ ଭବନରେ ବବିଙ୍କୁ କ୍ରୀତଦାସ କହି ଛିଗୁଲାଉଛନ୍ତି । ସ୍ଥିତି ଏମିତି ହେଲା ଯେ ଆଗଧାଡ଼ିର ଯୁବ-ଛାତ୍ର ନେତାମାନେ ପରାଜୟ ପାଇଁ ଦାୟୀ ନେତାମାନଙ୍କୁ ସର୍ବସାଧାରଣରେ ଲଜ୍ଜିତ କରିବାକୁ ପଛାଉନାହାନ୍ତି ।

ବିରୋଧୀ ଦଳ ନେତା କିଏ ହେବ ? ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ  ଶଙ୍ଖ ଭବନରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ‘କ୍ରୀତଦାସ, କ୍ରୀତଦାସ’ ଡାକି ଗତକାଲି କିଛି ଯୁବନେତା ଛିଗୁଲେଇଥିବା କଥା ସାମ୍ନାକୁ ଆସୁଛି । ଏପରିକି ଭୁବନେଶ୍ୱର ମେୟର ସୁଲୋଚନା ଦାସ ବି ସେମାନଙ୍କ ଆକ୍ରୋଶରୁ ବଂଚିନାହାନ୍ତି । ସ୍ଥିତି ଏମିତି ହୋଇଥିଲା ଯେ ଯୁବ-ଛାତ୍ରଙ୍କ ଆକ୍ରୋଶକୁ ଡରି ଦଳର ମିଡିଆ ପ୍ରଭାରୀ ମାନସ ମଙ୍ଗରାଜ ଗତକାଲି ଶଙ୍ଖ ଭବନ ଆସିନଥିବା ଚର୍ଚ୍ଚା ହେଉଛି ।

ବିଜେଡି ବିଧାୟକ ଦଳ ବୈଠକରେ ଯୋଗ ଦେବାକୁ ନବୀନ ଆସିବାର କାର୍ଯ୍ୟକ୍ରମ ଥିଲା । ତେଣୁ ଯୁବ-ଛାତ୍ର ନେତାଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ବିଜେଡି ସୁପ୍ରିମୋ ଆସିବା ପୂର୍ବରୁ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ଶଙ୍ଖ ଭବନରେ ହଟହଟା ହେବାକୁ ପଡ଼ିଥିଲା । କାରଣ ପୂର୍ବରୁ ବବିଙ୍କ ପାଦ ଛୁଇଁବା ପାଇଁ ବିଜେଡିର ଯୁବ-ଛାତ୍ର ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିଲା, ଏବେ ଦଳର ବିପର୍ଯ୍ୟୟ ପରେ ତାଙ୍କୁ କ୍ରୀତଦାସ କହି ଛିଗୁଲେଇବା ସହ ଦୁର୍ବ୍ୟବହାର କରିବାକୁ ମଧ୍ୟ ବିଜେଡି ନେତାମାନେ ପଛାଉ ନାହାନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାହା କେହି କେବେ କଳ୍ପନା କରିନଥିଲେ, ଗତକାଲି ଶଙ୍ଖ ଭବନରେ ତାହା ହିଁ ହେଲା । ଏଥର ଲୁଚାଛପାରେ ନୁହେଁ ବରଂ ଖୁଲମଖୁଲା ବବିଙ୍କୁ କ୍ରୀତଦାସ କହି ବାରମ୍ବାର ଚିଲେଇବା ପରେ ବବି ଅନ୍ୟ ଉପାୟ ନପାଇ ଉପର ମହଲାରେ ଥିବା ନିଜ ଚାମ୍ବରକୁ ପଳାଇଥିବା ସୂଚନା ମିଳିଛି । ତେବେ ବିଧାୟକ ଦଳ ବୈଠକରେ ବବିଙ୍କୁ ଏଣ୍ଟ୍ରି ପାଇଁ ଅନୁମତି ମିଳିନଥିଲା । ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଦଳର ବିଧାୟକମାନଙ୍କ ବୈଠକରେ କେବଳ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ହେଲେ ହଠାତ୍‌ କାହିଁକି ବବିଙ୍କ ସହ ଏମିତି ବିଷମସ୍ଥିତି ଉପୁଜିଲା ତାହାକୁ ନେଇ ଚର୍ଚ୍ଚା ଜୋର । କିନ୍ତୁ ଏନେଇ ଦଳର ନେତା କିମ୍ବା ବବିଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
 

Sponsored
ଶଙ୍ଖ ଭବନରେ ବବିଙ୍କୁ ଛିଗୁଲେଇଲେ ଯୁବନେତା | Argus News