Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ନେତାଙ୍କ ଇଏ କି ଅବସ୍ଥା... 

Smruti Parija
Browse all articles by Smruti Parija
·2 years ago·2 min read
ବିଜେଡି ନେତାଙ୍କ ଇଏ କି ଅବସ୍ଥା... 

ଅର୍ଗସ ବ୍ୟୁରୋ: ବାଲେଶ୍ବର ମିଶନ ସ୍କୁଲ୍ ଛକ । ଜନଗହଳିପୂର୍ଣ୍ଣ ରାସ୍ତା । ନୀତିଦିନ ଭଳି ଯିଏ ଯାହା କାମରେ ଯାଉଥାନ୍ତି । ହଠାତ୍ ବଡ ବଡ ଗାଡି ଅଟକିଲା । ଗାଡିରୁ ଓହ୍ଲାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । କେହି କିଛି ବୁଝିପାରୁନଥିଲେ । ହଠାତ୍ ଦେଖିଲାବେଳକୁ ଦୁହେଁ ରାସ୍ତାର ଦୁଇ ପାଖରେ ଠିଆ ହୋଇ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲେ । ହାତ ଦେଖାଇ ବାଡ କଢେଇ ନେଇଥିଲେ । କାରଣ ଗାଡିରେ ଆସୁଥିଲେ ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି କେ ପାଣ୍ଡିଆନ । 
ବାଲେଶ୍ବର ମିଶନ ସ୍କୁଲ୍ ଛକରେ ପାଣ୍ଡିଆନଙ୍କ ଗସ୍ତବେଳେ ବିଧାୟକ ଓ ମନ୍ତ୍ରୀ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲେ । 

ବିଜେଡି ନେତାଙ୍କ ଇଏ କି ଅବସ୍ଥା... 
ପାଣ୍ଡିଆନଙ୍କ ପାଇଁ ପ୍ରଥମେ ଦ୍ୱାରପାଳ ହେଲେ
ପରେ ଟେଣ୍ଟ ବାନ୍ଧିଲେ 
ଆଉ ଏବେ ଟ୍ରାଫିକ୍ ନିୟନ୍ତ୍ରଣ କରୁଛନ୍ତି ବିଧାୟକ ମନ୍ତ୍ରୀ

ପୂର୍ବରୁ ପାଣ୍ଡିଆନଙ୍କ ବିଭିନ୍ନ ଗସ୍ତ ସମୟରେ ବିଜେଡିର ବହୁ ବରିଷ୍ଠ ଓ ତୁଙ୍ଗ ନେତାଙ୍କୁ ଗସ୍ତ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥଳୀକୁ ଯାଇ କାମରେ ଲାଗିଥିବା ଦେଖିବାକୁ ମିଳିଛି ।  ଗଲାବର୍ଷ ମାର୍ଚ୍ଚ ମାସରେ ନବରଙ୍ଗପୁରରେ ପାଇଭ୍ ଟି ଦରବାର ଚାଲିଥିବା ବେଳେ ଗେଟରେ ବିବିଙ୍କ ଦ୍ବାରପାଳ ଭୂମିକାକୁ ନେଇ ଦେଖାଦେଇଥିଲା ବିବାଦ । ଏ ପ୍ରସଙ୍ଗରେ ନିଜକୁ କ୍ରୀତଦାସ କହି ଆହୁରି ଘଟଣାକୁ ବିବାଦୀୟ କରିଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ ।
ଏଇଠି ପ୍ରଶ୍ନ ଉଠୁଛି 

କୁଆଡେ ଗଲା ଓଡିଆ ନେତାଙ୍କ ସ୍ବାଭିମାନ ?
ପାଣ୍ଡିଆନଙ୍କ ପାଇଁ କଣ କିଛି ବି କରିବାକୁ ଏମାନେ ପ୍ରସ୍ତୁତ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଫିସରଙ୍କ ଆଗରେ ଅସହାୟ ପ୍ରକାଶ କରୁଛନ୍ତି କି ରାଜନେତା ? ଏହି ପ୍ରସଙ୍ଗ ନେଇ ବିଧାନସଭାରେ ବାରମ୍ବାର ପ୍ରସଙ୍ଗ ଉଠିଛି । ଆଉ ସରକାରଙ୍କୁ ସବୁବେଳେ ଟାର୍ଗେଟ କରିଛନ୍ତି ବିରୋଧୀ । ହେଲେ ଏହାସତ୍ତ୍ୱେ ମଧ୍ୟ ଶାସକ ବିଜେଡି ଦଳର ବିଧାୟକଙ୍କର ଅମଲା ଆଗରେ ଏପରି ଅସହାୟତା ବଡ ପ୍ରଶ୍ନ ଛିଡା କରିଛି ।


 

Sponsored
Bobby-das is in charge of Pandian's traffic | Argus News