Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !

Odisha

କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !

Key Points

  • ସମ୍ବଲପୁରରେ ହାରିବେ ବୋଲି କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି
  • ଯାଜପୁରର ଜବତ ଟଙ୍କା ସହ ବବିଙ୍କ ସମ୍ପର୍କ !
  • ମାଆ ଇସ୍ତଫା ଦେବେ, କୋରେଇ ଦେଖିବ ଉପ-ନିର୍ବାଚନ !

ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲି ସେ ଜାଣିସାରିଲେଣି । ହେଲେ ବି ଚେଷ୍ଟା ଚଳାଇଛନ୍ତି । ଲୋକ ଦେଖାଣିଆ ସଭାସମିତି କରୁଛନ୍ତି । କିନ୍ତୁ ସଭାରେ ଚେୟାର କେମିତି ଖାଲି ପଡୁଛି ସେ ଦୃଶ୍ୟ ଅନେକ ଥର ସାମ୍ନାକୁ ଆସିଲାଣି । ସେଇଥି ଲାଗି ଚିନ୍ତାରେ ନଂ-୨ ଆସନ ଅର୍ଥାତ୍‌ କୋରେଇରେ ଯେସ୍ତେକେସ୍ତେ ବିଜୟ ହେବାକୁ ଚେଷ୍ଟା ଚଳାଇଛନ୍ତି ବବି । ପାଖାପାଖି ୫ କୋଟି ଟଙ୍କା ଭାଗଭାଗ କରି ବାଣ୍ଟୁଥିବାର ଖବର ଏବେ ସାମ୍ନାକୁ ଆସୁଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବି ବବିଙ୍କୁ ଟ୍ରୋଲ କରାଯାଉଛି ।

ଯାଜପୁରରୁ ଜବତ ୫ କୋଟି ଟଙ୍କା ବବିଙ୍କର ? ମାଆଙ୍କୁ ଜିତାଇବାକୁ କଳା ଟଙ୍କା ବାଣ୍ଟୁଥିଲେ କି ବବି ? ଧରାପଡିବା ପରେ ଦୋଷ ମାନିବାକୁ ଲକ୍ଷାଧିକ ଟଙ୍କା ଦିଆଯାଇଥିବା ନେଇ ସଙ୍ଗୀନ ଅଭିଯୋଗ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଯାଜପୁରରୁ ଲଗାତାର ୩ ଥର ବିଧାୟକ ହେବା ପରେ ବି ଏଥର ପାଣ୍ଡିଆନ ତାଙ୍କୁ ଯାଜପୁର ଆସନ ଦେଲେ ନାହିଁ । ବରଂ ସମ୍ବଲପୁରକୁ ପଠାଇଦେଲେ ଯେଉଁଠି ସେ ହାରିବା ଥୟ । ଏକଥା ଦଳ, ବବି ଓ ପାଣ୍ଡିଆନ ସମସ୍ତେ ଜାଣିଛନ୍ତି । ହେଲେ ବି ସମ୍ବଲପୁରରେ ଲୋକସଭା ପ୍ରାର୍ଥୀ କରିଛନ୍ତି ।  କଥା ହେଲା ସମ୍ବଲପୁରରୁ ସେ ହାରୁଥିବାରୁ ତେଣୁ କୋରେଇ ଜିତିବାକୁ ବବି ଖଟାଉଛନ୍ତି ସବୁ ଶକ୍ତି । କଳେ ବଳେ କୌଶଳେ ନିର୍ବାଚନ ବୈତରଣୀ ପାର ହେବାକୁ ସେ ଟଙ୍କା ବାଣ୍ଟି ଭୋଟ୍‌ କିଣିବା ପରି ହୀନ ଚକ୍ରାନ୍ତ କରିବାକୁ ବି ପଛାଇନାହାନ୍ତି । ଏ କଥା ଆମେ ନୁହେଁ ବରଂ ଅଭିଯୋଗ କରିଛନ୍ତି ବିରୋଧୀ ।

ମୋଟ୍‌ ଉପରେ ଦୁଇ ଦିନ ତଳେ ଯାଜପୁରର ଜଣେ ଠିକାଦାରଙ୍କ କାରରୁ ରାଜଧାନୀରେ ଜବତ ହୋଇଥିଲା ୫ କୋଟି ଟଙ୍କା । ଭୁବନେଶ୍ଵର ଷ୍ଟେଟ୍ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଏହି ସବୁ ଟଙ୍କା ବି ଗଣାଗଲା । ବିଜେପି କହିଛି ଟଙ୍କା ଜବତ ହୋଇଥିବା କାରର ମାଲିକ ଠିକାଦାର ନିହାର ମହାନନ୍ଦ ବବି ଦାସଙ୍କ ଖାସ୍ ଅନୁଗତ । ଯାଜପୁର ଜିଲ୍ଲାରେ ହଜାର ହଜାର କୋଟି ଟଙ୍କାର ପାହାଡ଼ କେଳେଙ୍କାରୀରେ ରହିଛି ଏହି ଠିକାଦାରଙ୍କ ହାତ । ଆଉ ସେ ଟଙ୍କା ସବୁ ଯାଉଥିଲା କୋରେଇକୁ । ଯଦି ଏହା ସତ ହୋଇଥାଏ ତାହାଲେ ସାଙ୍ଘାତିକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ କୋରେଇ ନୁହେଁ ସାରା ଓଡ଼ିଶାରେ ବିଜେଡିକୁ ଘାରିଛି ପରାଜୟ ଭୟ। କଳ ବଳ ସବୁ ପ୍ରୟୋଗ କରି ବି ଭୋଟରଙ୍କୁ ମନାଇବାରେ ବିଫଳ ବିଜୁ ଜନତା ଦଳ । ଏବେ ଶାସକ ଦଳ ପାଇଁ ଶେଷ ଅସ୍ତ୍ର ପାଲଟିଛି ଟଙ୍କା। ସାରା ରାଜ୍ୟରୁ ସାମ୍ନାକୁ ଆସୁଛି ବିଜେଡି ଟଙ୍କା ବଣ୍ଟା କେଳେଙ୍କାରୀର ଚିତ୍ର। ଶାସକ ଦଳ ଖୁଲମଖୁଲ୍ଲା ଟଙ୍କା ବାଣ୍ଟୁଛି ସେମାନଙ୍କର କୋଟି କୋଟି ଟଙ୍କା ଧରାପଡୁଛି। 
 

Painting
Sponsored
Bobby Das | Argus News