Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିକୁ ହରାଇବାକୁ କାମ କରୁଥିଲେ ବବିଙ୍କ ଖାସ୍ !

Sangram Tripathy
Browse all articles by Sangram Tripathy
·1 year ago·2 min read
ବିଜେଡିକୁ ହରାଇବାକୁ କାମ କରୁଥିଲେ ବବିଙ୍କ ଖାସ୍ !

ଅର୍ଗସ ବ୍ୟୁରୋ:ଆଉ ନିସ୍ତାର ନାହିଁ ବିଜେଡିର,କନ୍ଦଳ ପାଇଁ ୨୪ରେ କ୍ଷମତାରୁ ଗଲା ଦଳ,କମିଲା ନବୀନଙ୍କ ଲୋକପ୍ରିୟତା। ହାତ ଛାଡିଲେ ଦଳୀୟ ନେତା,ତଥାପି ଚେତା ପସିଲାନି ଯେ,ଆଉ ଏବେ କଟକ ବିଜେଡିର ସଦସ୍ୟତା ଅଭିଯାନ ସଭା ମଞ୍ଚରୁ ଅସନ୍ତୋଷଝାଡିଲେ ଖୋଦ୍ ବିଜେଡି ବିଧାୟକ ସୌଭିକ୍ ବିଶ୍ବାଳ,ଯାହା ବିଜେଡି ନେତାଙ୍କ ଟେନସନ ବଢାଇ ଦେଇଛି,ପଦାରେ ପଡିଛି ବିଜେଡି ଗୁମର କଥା। ନାଁ ନନେଇ ବବି ପାଣ୍ଡିଆନଙ୍କୁ ବିରୋଧରେ ବିଷ ଓଗାଳିଛନ୍ତି କଟକ ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ବାଳ,ମଞ୍ଚରୁ ସିଧାସଳଖ ବର୍ଷିଛନ୍ତି,ପ୍ରତିକ୍ରିୟାରେ କହିଛନ୍ତି ଜଣେ ଦୁଇ ଜଣ ଚଳାଉଥିଲେ ବିଜେଡି ସରକାର,ସବୁ କିଛି ସେ ଦୁଇ ଜଣଙ୍କ ଇସାରାରେ ହେଉଥିଲା l

 ମାତ୍ର କଟକରେ କୋଟି କୋଟି ଟଙ୍କାର କାମ ହେଉଥିଲା କିନ୍ତୁ ଦଳୀୟ କର୍ମୀଙ୍କର କିଛି ଲାଭ ପାଉନଥିଲେ,ସବୁ ନେଉଥିଲେ ବିଜେଡିର ୨କ୍ଷମତା କେନ୍ଦ୍ର। ହେଲେ କର୍ମୀଙ୍କୁ ମିଳିଲା କଣ। ଯେଉଁ ନେତାଙ୍କୁ ଲୋକ ଚାହୁନାହାନ୍ତି ସେମାନେ ଆଜିବି ଦଳର ନେତୃତ୍ବ ନେଉଛନ୍ତି,ଏମିତି କହି କଟାକ୍ଷ କରି କହିଛନ୍ତି ସୌଭିକ୍। କେବଳ ଏତିକିରେ କଥା ସରିନି,ବବି ଦାସଙ୍କ ଖାସ୍ କୁହାଯାଉଥିବା କଟକର ଜଣେ ବିଜେଡି ଯୁବ ନେତାଙ୍କୁ ବି ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ସୌଭିକ୍,କହିଛନ୍ତି ୨୦୧୯ ଓ ୨୦୨୪ ନିର୍ବାଚନରେ  କଟକ ଚୌଦ୍ବାରରେ ବିଜେଡିକୁ ହରାଇବା ବିଜେଡିର ଜଣେ ଯୁବ ନେତା କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ l ସେ ଏତେ ଟଙ୍କା ଆଣିଲେ କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି  ସୌଭିକ୍। ଆଉ ଜଣେ ବିଜେଡି ବିଧାୟକଙ୍କ ବିସ୍ଫୋରକ ବୟାନ,ଏକଥାକୁ ପ୍ରମାଣ କରୁଛି ମିଡିଆ ଆଗରେ ଦଳ ନେତା ଏକାଠି ମାତ୍ର ବିଜେଡିରେ ଭିତରେ ସବୁ ଗଡ଼ବଡ଼

ବିଜେଡି ଖାଲି ହୋଇଯିବା କଥା କିଛିଦିନ ପୂର୍ବରୁ ମନମୋହନ କହିବା ପରେ ରାଜ୍ୟ ରାଜନୀତିରେ ହୋଇଥିଲା ହଲଚଲ । ଗଡ଼ ରକ୍ଷା କରିବାରେ ବି ସମର୍ଥ ହେଉନାହାନ୍ତି ନବୀନ,କାରଣ ନବୀନଙ୍କ ନିର୍ବାଚନମଣ୍ଡଳୀରୁ ଅନେକ ପଂଚାୟତସ୍ତରର କର୍ମୀ ଏବେ ବିଜେଡି ଛାଡି ବିଜେପିରେ ମିଶିଲେଣି । ସେପଟେ ବିଜେଡି କିନ୍ତୁ ଛାଡୁନି ମୁହଁ ଫୁଟାଣି,କହିଛି ଯିଏ ଯାଉଛନ୍ତି ଯାଆନ୍ତୁ, କିଛି ଫରକ୍ ପଡିବନି । ଏପଟେ କିନ୍ତୁ ଲମ୍ବୁଛି ବିଜେଡି ଛାଡୁଥିବା ନେତାଙ୍କ ତାଲିକା।

ବିଜେଡିରେ ଅନ୍ତଃକନ୍ଦଳ ତୀବ୍ର ହେଲାଣି । ଗାଁ ଠୁ ସହର, ପଞ୍ଚାୟତରୁ ପୌର ଯାଏଁ । ସବୁଠି ମେଳି ବାନ୍ଧିଲେଣି ଭିନ୍ନ ଭିନ୍ନ ଗୋଷ୍ଠୀ । ଦଳ ବିରୋଧରେ ବିଷ ଓଗାଳୁଛନ୍ତି ନେତା,ଏଭଳି ପରିସ୍ଥିତିରେ ଆଗକୁ ବିଜେଡିର ଭବିଷ୍ୟତ କଣ ହେବ,ନବୀନଙ୍କ ପରେ କିଏ ଧରିବ ମଙ୍ଗ,ଭରସା କରିପାରିବେ ତ ଜନତା, ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବିଷ୍ୟତବାଣୀ ମଧ୍ୟ ସତ ହୋଇଛି ମୋଦୀ ନିର୍ବାଚନ ପୂର୍ବରୁ କହିଥଲେ ୬ମାସ ମଧ୍ୟରେ ବିଜେଡିରେ ବିସ୍ପୋରଣ ହେବ ମାତ୍ର ଏବେ କନ୍ଦଳ ବିସ୍ପୋରଣ ରୂପନେଇ ସାରିଛି,ବିଜେଡିରେ ରହି ଅଣନିଶ୍ବାସୀ ହୋଇଗଲେଣି ନେତା,ଆଗକୁ ରହିବ ତ ବିଜେଡି,ଏନେଇ ସାଧାରଣରେ ଚର୍ଚ୍ଚା  ଜୋର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bobby's Khas was working to lose BJD! | Argus News