Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Teacher Job Scam / ନକଲି ସାର୍ଟିଫିକେଟ ନେଟୱର୍କରେ ବଲାଙ୍ଗିର: କ୍ରାଇମବ୍ରାଞ୍ଚର ତଦନ୍ତ ଜାରି

Babita Behera
Browse all articles by Babita Behera
·10 months ago·1 min read
ନକଲି ସାର୍ଟିଫିକେଟ ନେଟୱର୍କରେ ବଲାଙ୍ଗିର: କ୍ରାଇମବ୍ରାଞ୍ଚର ତଦନ୍ତ ଜାରି

Key Points

ବଲାଙ୍ଗିରରେ ୨୦୦ରୁ ଅଧିକ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରୁଥିବା ଅଭିଯୋଗ

କ୍ରାଇମ ବ୍ରାଞ୍ଚର ଡିଇଓ କାର୍ଯ୍ୟାଳୟରେ ଖୋଳତାଡ

ନକଲି ଶିକ୍ଷକଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ

ନକଲିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ


ଭୁବନେଶ୍ଵର: ବଲାଙ୍ଗିରରେ ପୁଣିଥରେ ନକଲି ସାର୍ଟିଫିକେଟ କାଣ୍ଡ ନେଇ ତୀବ୍ର ଚର୍ଚ୍ଚା ଚାଲିଛି। କ୍ରାଇମ ବ୍ରାଞ୍ଚ ଟିମ୍ ଅତିରିକ୍ତ ଏସ୍‌ପି ବିକାଶ ରଞ୍ଜନ ବେଉରିଆଙ୍କ ନେତୃତ୍ବରେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ (DEO)କାର୍ଯ୍ୟାଳୟରେ ହଠାତ୍ ଖୋଳତାଡ କରିଥିଲା। ଜିଲ୍ଲାରେ ୨୦୦ ରୁ ଅଧିକ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରୁଥିବା ଅଭିଯୋଗ ହୋଇଥିଲା।

ବଲାଙ୍ଗିର ଡିଇଓ କାର୍ଯ୍ୟାଳୟରେ ନକଲି ଶିକ୍ଷକଙ୍କ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମ ବ୍ରାଞ୍ଚ ସ୍ପଷ୍ଟ କରିଛି ଯେ ଯେଉଁମାନେ ନକଲି ସାର୍ଟିଫିକେଟରେ ଚାକିରି କରୁଛନ୍ତି ସେମାନଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ସେହିପରି କଣ୍ଟାପାଲି ହାଇସ୍କୁଲରେ ବଲାଙ୍ଗିରର ସଇଁତଲା ଅଞ୍ଚଳର ଜିତେନ୍ଦ୍ର ମଲ୍ଲିକ ମିରଟର ଚୌଧୁରୀ ଚରଣ ସିଂ ବିଶ୍ବବିଦ୍ୟାଳୟର ନକଲି ସାର୍ଟିଫିକେଟ ଦେଇ ଦୀର୍ଘ ବର୍ଷ ଧରି ଶିକ୍ଷକତା କରୁଥିବା ଜଣାପଡିଛି।

ବଲାଙ୍ଗିରରେ ଏହା ପ୍ରଥମ ଘଟଣା ନୁହେଁ । କିଛି ବର୍ଷ ପୂର୍ବରୁ ବଲାଙ୍ଗିର ପୋଷ୍ଟାଲ ବିଭାଗରେ ମଧ୍ୟ ଜାଲିଆତି ହୋଇଥିଲା। ମନୋଜ ମିଶ୍ରଙ୍କ ରିଲାଏନ୍ସ ଏଜୁକେସନ କମ୍ପ୍ଲେକ୍ସରୁ ନକଲି ସାର୍ଟିଫିକେଟ ତିଆରି ହେଉଥିବା ପର୍ଦ୍ଦାଫାଶ ହେବା ପରେ ମୁଖ୍ୟ ଅଭିଯୁକ୍ତ ସହ ୧୯ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସେହି ସମୟରେ କୃଷି ବିଭାଗ, ସମବାୟ ବିଭାଗ ଓ ବନ ବିଭାଗରେ ମଧ୍ୟ ନକଲି ସାର୍ଟିଫିକେଟରେ ଚାକିରି କରୁଥିବା ମାମଲା ପ୍ରକାଶ ପାଇଥିଲା।

କିଛିଦିନ ପୂର୍ବରୁ ଓଡ଼ିଶା ହାଇକୋର୍ଟ ମଧ୍ୟ ନକଲି ସାର୍ଟିଫିକେଟରେ ଚାକିରି କରୁଥିବା ବ୍ଯକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରକୁ ନିର୍ଦ୍ଦେଶ ଦେଇଥିଲା। କିଛିଦିନ ପୂର୍ବରୁ ନକଲିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Teacher Job Scam | Fake Certificate Scam in Bolangir | Argus News