Videos
|
Odisha

ବଂଶଧାରା ନଦୀରେ ବୁଡି ବୋଲବମ୍ ଭକ୍ତଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·1 year ago·1 min read
ବଂଶଧାରା ନଦୀରେ ବୁଡି ବୋଲବମ୍ ଭକ୍ତଙ୍କ ମୃତ୍ୟୁ

Key Points

ବଂଶଧାରା ନଦୀରେ ବୁଡି ବୋଲବମ୍ ଭକ୍ତଙ୍କ ମୃତ୍ୟୁ

କେ. ଝାଲର ସିଂ ଗ୍ରାମର ୨୦ ବର୍ଷୀୟ କାହ୍ନୁ ଚରଣ ବେହେର ଦଳାଇ

ପାଣି ଢାଳିବା ଲାଗି ଯାଇଥିଲେ ରାୟଗଡା ଜିଲ୍ଲା ଗୁଣୁପୁରୁର ଏକ ଶୈବପୀଠକୁ


ରାଜ୍ୟରେ ବୋଲବମ୍ ଭକ୍ତ ମାନେ ବିଭିନ୍ନ ନଦୀ ପଠାରୁ ଜଳ ଉଠାଇ ବିଭିନ୍ନ ଶୈବପୀଠ ଗୁଡ଼ିକରେ ଜଳାଭିଷେକ କରୁଥିବାବେଳେ ଆଜି ଗୁଣୁପୁର ସ୍ଥିତ ବଂଶଧାରା ନଦୀରେ ବୁଡି ଜଣେ ଯୁବକଙ୍କ ଜଳସମାଧୀ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣଙ୍କ ହେଲେ ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତର୍ଗତ କେ. ଝାଲର ସିଂ ଗ୍ରାମର ୨୦ ବର୍ଷୀୟ କାହ୍ନୁ ଚରଣ ବେହେର ଦଳାଇ। ନିଜର ଅନେକ ଆଶା ବିଶ୍ୱାସ ଓ ଅଭିଳାଷ ନେଇ ଭଗବାନଙ୍କ ନିକଟରେ ପାଣି ଢାଳିବା ଲାଗି ଯାଇଥିଲେ ରାୟଗଡା ଜିଲ୍ଲା ଗୁଣୁପୁରୁର ଏକ ଶୈବପୀଠକୁ।


ହେଲେ ସଂକଳ୍ପ ହୋଇ ନିଜ ସାଙ୍ଗ ବୋଲବମ୍ ଭକ୍ତ ମାନଙ୍କ ସହ ମିଶି ବଂଶଧାରା ନଦୀରୁ ପାଣି ଉଠାଇବା ବେଳେ କୌଣସି କାରଣ ବଶତଃ ପାଣିରେ ବୁଡି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଗୁଣୁପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ଆଜି ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିବାବେଳେ ଘରର ଏକ ମାତ୍ର ପୁଅକୁ ହରାଇ ପୁରା ପରିବାର ଲୋକ ଭାଙ୍ଗି ପଡିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bolbam-devotee-dies-after-drowning-in-bansadhara-river | Argus News