Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାରସାମ୍ୟ ହରାଇ ଓଲଟିଲା ବୋଲବମ୍ ଭକ୍ତଙ୍କ ଗାଡି, ୧୧ ଆହତ

Swoyang prajna Mishra
Browse all articles by Swoyang prajna Mishra
·12 months ago·1 min read
ଭାରସାମ୍ୟ ହରାଇ ଓଲଟିଲା ବୋଲବମ୍ ଭକ୍ତଙ୍କ ଗାଡି, ୧୧ ଆହତ

Key Points

କୁରୁଳା ଗ୍ରାମ ରୁ ୨୦ରୁ ଉର୍ଦ୍ଧ ବୋଲବମ୍ ଭକ୍ତ ଙ୍କୁ ଏକ ମାଲବାହୀ ଅଟୋ ନେଇ ଆସିକା ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳି ଥାନା ବୁରୁପଡା ଗ୍ରାମ କାଳୀ ମନ୍ଦିର ଛକରେ କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ସମସ୍ତ ଆହତମାନଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ବୋଲବମ୍‌ ଭକ୍ତଙ୍କୁ ନେଇ ଯାଉଥିବା ଗାଡି ଆଜି ସନ୍ଧ୍ୟାରେ ଦୁର୍ଘଟଣଗ୍ରସ୍ତ ହୋଇଛି । ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପଡା ଗ୍ରାମ କାଳୀ ମନ୍ଦିର ନିକଟରେ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୧ ଜଣ କାଉଡିଆ ଆହତ ହୋଇଥିବାବେଳେ ୩ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।ଗୁରୁତର ମାନେ ହେଲେ ଆଦି ନାରାୟଣ ରାଓ, ୱ।ଇ ଦିନେଶ ଓ ଶିବପ୍ରସାଦ ପାଢି । ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି।


କାଉଡିଆମାନେ ଏକ ମାଲବାହୀ ଅଟୋ ଗାଡ଼ିରେ କୁରୁଳା ଗ୍ରାମରୁ ଆସିକା ଯାଉଥିଲେ । ଆସନ୍ତାକାଲି ଶ୍ରାବଣ ପ୍ରଥମ ସୋମବାର ଦିନ ସେମାନେ ଆସିକା ନଦୀରୁ ପାଣି ଧରି ନିଜ ଗ୍ରାମ କୁରୁଳା ଗ୍ରାମ ମହାଦେବଙ୍କୁ ଜଳଲାଗି କରିଥାନ୍ତେ ।କୁରୁଳା ଗ୍ରାମ ରୁ ୨୦ରୁ ଉର୍ଦ୍ଧ ବୋଲବମ୍ ଭକ୍ତ ଙ୍କୁ ଏକ ମାଲବାହୀ ଅଟୋ ନେଇ ଆସିକା ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳି ଥାନା ବୁରୁପଡା ଗ୍ରାମ କାଳୀ ମନ୍ଦିର ଛକରେ କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ସମସ୍ତ ଆହତମାନଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bolbom devotee's vehicle overturns after losing balance, 11 injured | Argus News