ମହେନ୍ଦ୍ରଗିରିରେ ଓଲଟିଲା କାଉଡିଆଙ୍କ ଗାଡ଼ି: ୫ କାଉଡ଼ିଆ ଆହତ
·1 year ago

Key Points
ମହେନ୍ଦ୍ରଗିରିରେ ଓଲଟିଲା କାଉଡିଆଙ୍କ ଗାଡ଼ି
୫ କାଉଡ଼ିଆ ଆହତ
ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି
ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଗତକାଲି ଜଳାଭିଷେକ ପାଇଁ ମହେନ୍ଦ୍ରଗିରି ୧୨ ଜଣ କାଉଡ଼ିଆ ଭକ୍ତ ଆସିଥିଲେ। ମହେନ୍ଦ୍ରଗିରିରୁ ଫେରିବା ସମୟରେ ବୁରୁଖତ ପାଖରେ ଗାଡି ଓଲଟି ପଡ଼ିବାରୁ ୫ ଜଣ କାଉଡିଆ ବାବାଙ୍କୁ ଗଭୀର ଆଘାତ ଲାଗିଛି। ତେଣୁ ଖବର ପାଇ ଗାରାବନ୍ଧ ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ନିଶିକା, କନଷ୍ଟେବଳ ରାଧାକୃଷ୍ଣ ପାଇକ, ହୋମଗାର୍ଡ ସୁଜିତ୍ ଛିଞ୍ଚାଣୀ ଏବଂ ଅନ୍ୟାନ୍ୟ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ପାରଳାଖେମୁଣ୍ଡି ଚିକିତ୍ସାଳୟ ପଠାଇଥିଲେ।
ସେଠାରେ ତାଙ୍କରି ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: