Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୋଜି ଖାଇ ଫେରିବା ବେଳେ ଓଲଟି ପଡିଲା ବୋଲେରୋ, 11 ଗୁରୁତର

Smruti Parija
Browse all articles by Smruti Parija
·1 year ago
ଭୋଜି ଖାଇ ଫେରିବା ବେଳେ ଓଲଟି ପଡିଲା ବୋଲେରୋ, 11 ଗୁରୁତର

Key Points

ଓଲଟି ପଡିଲା ବୋଲେରୋ

11 ଯାତ୍ରୀ ଗୁରୁତର

ବାହାଘର ଭୋଜି ଖାଇ ଫେରିବା ବେଳେ ଓଲଟି ପଡିଲା ବୋଲେରୋ । ଫଳରେ ଗାଡିରେ ଥିବା ସମସ୍ତ 11 ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 3ଜଣ ଶିଶୁ ଅଛନ୍ତି । 11 ଜଣଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।


ସମସ୍ତେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳକୁ ଚତୁର୍ଥୀ ଭୋଜି ପାଇଁ ଯାଇଥିଲେ । ବାସୁଦେବପୁର ବ୍ଲକର ଚୁଡାମଣି ଗ୍ରାମର ବୁଧିରାମ ବିଶ୍ବାଳଙ୍କ ଝିଅ ରାଜକନିକା ଠାରେ ବିବାହ ହେଇଥିଲା । ଗତକାଲି ସେଠାରେ ଚତୁର୍ଥୀ ଭୋଜି ରହିଥିଲା । ତେଣୁ ବୁଦ୍ଧିରାମ ବିଶ୍ବାଳଙ୍କ ପରିବାର ସମେତ ସମ୍ପର୍କୀୟ ମାନେ ସେଠାକୁ ଯାଇଥିଲେ । ତେବେ ସେଠାରୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bolero-overturned-while-returning-from-wedding-reception | Argus News