Videos
|
Odisha

ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇ ଭାବବିହ୍ୱଳ ହେଲେ ସୋନୁ

Smruti Parija
Browse all articles by Smruti Parija
·1 year ago
ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇ ଭାବବିହ୍ୱଳ ହେଲେ ସୋନୁ

ପୁରୀ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି। 

ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ଵାରରେ ତାଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ପରେ ଶ୍ରୀମନ୍ଦିର ଭିତର ବେଢା଼ରେ ଥିବା ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିର ମଧ୍ୟ‌ ସୋନୁ ନିଗମ ବୁଲି ଦର୍ଶନ କରିଥିଲେ। କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଥିଲେ ସୋନୁ ନିଗମ। 

ଏକାଧିକ କାଳିଆ ଭଜନ ଗାଇଛନ୍ତି ସୋନୁ ନିଗମ । ଏହା ପୂର୍ବରୁ ଦୁଇ ଥର ଜଗନ୍ନାଥଙ୍କ ଦର୍ଶନ ମଧ୍ୟ କରିଛନ୍ତି । ବହୁତ ଦିନ ପରେ କାଳିଆର ଦର୍ଶନ ପାଇ ଖୁସି ହେବା ସହ ଭାବବିହ୍ୱଳ ହୋଇପଡିଥିଲେ ସୋନୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: