Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରକୁ ବୋମା ମାଡ଼ 

Smruti Parija
Browse all articles by Smruti Parija
·1 year ago
ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରକୁ ବୋମା ମାଡ଼ 

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରକୁ ବୋମା ମାଡ଼ । ବିଳମ୍ବିତ ରାତିରେ  କିଛି ଦୁବୃର୍ତ୍ତ ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ ଗ୍ରାମରେ ଆତଙ୍କ ଖେଳିଯାଇଛି । ଏଥିରେ କେହି ମୃତହାତ ନଥିବା ପୁଲିସ ସୂତ୍ରରୁ ପ୍ରକାଶ । 

ରାଜନୈତିକ ଶତ୍ରୁତା ନା ବୋମା ମାଡ଼ ପଛରେ ଆଉ କିଛି କାରଣ ରହିଛି ସ୍ପଷ୍ଟ ହୋଇପାରିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗ୍ରାମରେ ଅଶାନ୍ତ ବାତାବରଣ ଥିବାରୁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପାର୍ବଣ ସମୟରେ ଏଭଳି ଘଟଣା ଆତଙ୍କ ଖେଳାଇଦେଇଛି । ଗ୍ରାମରେ କିଛିଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ଆଜି ରାତିରେ ଏଭଳି ଘଟଣା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bomb-blast-on-phulta-panchayat-sarpanch-house | Argus News