Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବ ବ୍ୟବସାୟୀଙ୍କ ଉପରେ ବୋମାମାଡ

Odisha

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବ ବ୍ୟବସାୟୀଙ୍କ ଉପରେ ବୋମାମାଡ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବ ବ୍ୟବସାୟୀଙ୍କ ଉପରେ ବୋମାମାଡ

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳାରେ ବିଳମ୍ବିତ ରାତିରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବ ବ୍ୟବସାୟୀ ସନ୍ତୋଷ କୁମାର ସାହୁଙ୍କ ଉପରେ ବୋମା ମାଡ଼ l ଗୁରୁତର ଭାବେ ଭୁବନେଶ୍ୱରରେ ଚିକିତ୍ସିତ ଅଛନ୍ତି ସନ୍ତୋଷ l ଗତ ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା l ରାଜସୁନାଖଳା ତଳ ବଜାରରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ସନ୍ତୋଷ କୁମାର ସାହୁଙ୍କ ଉପରେ ବୋମା ମାଡ଼ ହୋଇଛି l


ଗୁରୁତର ଅବସ୍ଥାରେ ପ୍ରଥମେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l ବୋମା ମାଡ଼ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l ପୁର୍ବଶତ୍ରୁତାକୁ ହିଁ କାରଣ l ରାଜସୁନାଖଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି l ଦୁର୍ବୁତ୍ତ ମାନଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bomb blast on young businessmen in mid-night | Argus News