Elephant / ହାତୀ ପାଟିରେ ଫୁଟି ଗଲା ବୋମା

Key Points
ବନ୍ୟଜନ୍ତୁ ଶିକାର ପାଇଁ ଥିବା ବୋମା ଖାଇ ହାତୀ ଆହତ ସୂଚନା
ହାତୀ ଛୁଆକୁ ଜଗି ରହିଛନ୍ତି ବନ ବିଭାଗ ଟିମ୍
ପୁଣି ହାତୀ ପାଟିରେ ବୋମା... ହାତୀ ପାଟିରେ ଫୁଟି ଗଲା ବିସ୍ଫୋରକ ! ବନ୍ୟଜନ୍ତୁ ଶିକାର ପାଇଁ ଥିବା ବୋମା ଖାଇ ହାତୀ ଆହତ ହୋଇଥିବା ସୂଚନା ।
ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁ ପଥରଗଡ଼ ସାହିରେ । ଏକ ମାଈ ହାତୀ ଅସୁସ୍ଥ ହୋଇଥିବା ଖବର ପାଇ ସେଠାକାର ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ହାତୀ ଛୁଆକୁ ଜଗି ରହିଛନ୍ତି । ଡାକ୍ତରୀ ଟିମ୍ ଏବେ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି ।
ପ୍ରଥମକ ସୂଚନାନୁଯାୟୀ ହାତୀଟି ଜନ୍ତୁ ଶିକାର ପାଇଁ ବ୍ୟବହାର ହେଉଥିବା ବୋମା ଖାଇଥିବା ଦେଇଥିବା ଜଣାପଡ଼ିଛି । ଆହତ ହାତୀର ବୟସ ପାଖା ପାଖି ୬ରୁ ୭ ବର୍ଷ ହେବ । ହାତୀଟି ବୋମା ଖାଇଦେବା ପାରେ ପାଟିରେ ଜୋରେ ଆଘାତ ଲାଗିଛି ।
କିଛି ଦିନ ପୂର୍ବରୁ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । କେହି ଜଣେ ଦୁର୍ବୃତ୍ତ ହାତୀକୁ ଖାଦ୍ୟ ଭିତରେ ବୋମା ଦେଇ ଦେଇଦେଲା । ଆଉ ଖାଦ୍ୟ ଭିତରେ ଥିବା ବୋମା ଖାଇ ଦେବାରୁ ହାତୀର ମୁହଁ ଭିତରେ ବୋମା ଫୁଟି ଯାଇଥିଲା । ଗାଁ ଲୋକେ ମାଇ ହାତୀକୁ ଗୁରୁତର ଦେଖି ବନବିଭାକୁ ଜଣାଇଥିଲେ । ଏହା ପରେ ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ ଶିମିଳିପାଳ ଅଭୟାରଣ୍ୟର ତାରବନ୍ଧ ରେଞ୍ଜ କାର୍ଯ୍ୟାଳୟକୁ କ୍ରେନ୍ ସାହାଯ୍ୟରେ ଅଣାଯାଥିଲା ।
ସୂଚନାନୁଯାୟୀ ହାତୀର ଜିଭ ଚିଣ୍ଡି ବାହାରକୁ ଚାଲି ଆସିଛି । ହାତୀ ମୁହଁରେ ବୋମା ଫୁଟି ଯାଇଛି। ଏ କଷ୍ଟ ଏ ଯନ୍ତ୍ରଣା କେବଳ ସେ ହିଁ ବୁଝିପାରୁ ଥିବ ଯାହା ଉପରେ ବିତିଯାଇଛି । ଏମିତି କିଛି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟି ରେଞ୍ଜରେ ।
ହାତୀର ଜିଭ ଏକ ତୃତୀୟାଂସ ଛିଡ଼ି ଯାଇଛି। ଅଧିକ ସଂକ୍ରମଣ ହୋଇଥିବାରୁ ହାତୀଟିର ଅବସ୍ଥା ସଙ୍କଟାପନ୍ନ ରହିଛି । ଏଭଳି ନୃଶଂସ କାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କୁ ହତ୍ୟା ଭଳି ଆଇନରେ ଦଣ୍ଡିତ କରାଯିବା ଉଚିତ ବୋଲି ପ୍ରାଣୀ ପ୍ରେମୀ ଦାବି କରିଛନ୍ତି ।
📱 Get Argus News App
✨Related Topics
Explore more stories