ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼, ଦୁର୍ବୃତ୍ତ ଫେରାର
·1 year ago

ଅର୍ଗସ ବ୍ୟୁରୋ: କଟକରେ ବୋମାମାଡ଼ । କଟକ ସଦର ଥାନା ସୁଭଦ୍ରାପୁରରେ ବୋମାମାଡ଼ ହୋଇଥିବା ଜଣାପଡିଛି । ଜଣେ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ଦୁର୍ବୃତ୍ତ ଫେରାର । ବୋମାମାଡ଼ରେ କୌଣସି କ୍ଷତି ହୋଇନଥିବା ସୂଚନା । ବୋମା ମାଡ଼ କରିଥିବା ଦୁର୍ବୃତ୍ତଙ୍କର ଭିଜୁଆଲ ସିସିଟିଭିରେ କଏଦ । ବିଳମ୍ବିତ ରାତିରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି। କିଏ ଏବଂ କାହିଁକି କରିଛି ତାହା ଏଯାଏଁ ଜଣାପଡିନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: