Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀପାବଳିରେ ଘର ଉପରକୁ ବୋମା ମାଡ଼

Rashmita Mishra
Browse all articles by Rashmita Mishra
·1 year ago
ଦୀପାବଳିରେ ଘର ଉପରକୁ ବୋମା ମାଡ଼


ଅର୍ଗସ ବ୍ୟୁରୋ: ପୁଣି ଗଞ୍ଜାମ ଦିଗପହଣ୍ଡିରେ ଫୁଟିଲା ବୋମା । ଦୀପାବଳିରେ ଘର ଉପରକୁ ବୋମା ମାଡ଼। ଲଗାତାର ପୋଲିସକୁ ଚାଲେଞ୍ଜ କରି ଫୁଟୁଛି ହାତ ତିଆରି ବୋମା । ଦିଗପହଣ୍ଡି  କେନାଲ ସାହିରେ ବିଳମ୍ବିତ ରାତିରେ ଦୃର୍ବୁତ୍ତ ମାନେ ରାଜେନ୍ଦ୍ର ସେଠୀଙ୍କ ଘର ଉପରକୁ ବୋମା ମାଡ଼ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର। କାରଣ ଅସ୍ପଷ୍ଟ ହୋଇଥିବା ବେଳେ ପୋଲିସର ମୁଣ୍ଡ ବିନ୍ଧା ପାଲଟିଛି ହାତ ତିଆରି ବୋମା । ଗତ ୫ ଦିନ ତଳେ ଦିଗପହଣ୍ଡିର ୩ଟି ସ୍ଥାନରେ ୫ଟି ବୋମା ଫୁଟିଥିଲା ବେଳେ ଆଜି ପୁଣି ବୋମା ଫୁଟିବା ପରେ  ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bomb the house in broad daylight | Argus News