Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିଜିଲାନ୍ସ ଜାଲରେ ବଣାଇ ITDA ପ୍ରକଳ୍ପ ଅଧିକାରୀ, ଭୁବନେଶ୍ଵର ଓ ବାଲେଶ୍ଵର ସହ ୭ ସ୍ଥାନରେ ଚଢ଼ାଉ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଭିଜିଲାନ୍ସ ଜାଲରେ ବଣାଇ ITDA ପ୍ରକଳ୍ପ ଅଧିକାରୀ, ଭୁବନେଶ୍ଵର ଓ ବାଲେଶ୍ଵର ସହ ୭ ସ୍ଥାନରେ ଚଢ଼ାଉ

Key Points

ଭିଜିଲାନ୍ସ ଜାଲରେ ITDA ପ୍ରକଳ୍ପ ଅଧିକାରୀ

ଭୁବନେଶ୍ଵର ଓ ବାଲେଶ୍ଵର ସହ ୭ ସ୍ଥାନରେ ଚଢ଼ାଉ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କ ଘର ସହ ଅଫିସ୍‌ରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ଵଦର୍ଶୀଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି ।


ସୁନ୍ଦରଗଡ଼ ବଣାଇ ସହ ଭୁବନେଶ୍ଵର, ବାଲେଶ୍ଵର ଓ ଯାଜପୁରରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ଵରେ ୩ ଜଣ ଡିଏସ୍‌ଏସ୍ପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଚଢ଼ାଉ ଜାରି ରଖିଛନ୍ତି । ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କ ବଣାଇ ଅଫିସ୍ ଓ ଘରେ ଛାନଭିନ୍ କରୁଛି ଭିଜିଲାନ୍ସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭୁବନେଶ୍ଵର ଓଲ୍ଡ ଟାଉନ୍ ଶ୍ରୀରାମ ନଗରରେ ବିଶ୍ଵଦର୍ଶୀଙ୍କ ୨ ମହଲା ଘର, ଲକ୍ଷ୍ମୀସାଗର ଭଗବାନ ଟାୱାରରେ ଥିବା ଫ୍ଲାଟ, ଖାରବେଳ ନଗର ଇଭିଓଏସ୍ ଗାଲାକ୍ସିରେ ଥିବା ଫ୍ଲାର୍‍ ବାଲେଶ୍ଵର ଏସ୍ ଏନ୍ ସେନ ରୋଡରେ ଥିବା ସୁକୁମାର ନାୟକ ଆପାର୍ଟମେଣ୍ଟ, ଯାଜପୁର ଟାଉନରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି ।


Sponsored
Bonai PA ITDA On Vigilance Net, Raid On 7 Places | Argus News