Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାରବାଟୀରେ ସେଲିବ୍ରିଟି କ୍ରିକେଟ ଲିଗ୍

Odisha

ବାରବାଟୀରେ ସେଲିବ୍ରିଟି କ୍ରିକେଟ ଲିଗ୍

Smruti Parija
Browse all articles by Smruti Parija
·1 year ago·2 min read
ବାରବାଟୀରେ ସେଲିବ୍ରିଟି କ୍ରିକେଟ ଲିଗ୍

ଓଡିଆ ଫିଲ୍ମ କରିବେ ବୋନି କପୁର । ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବୋନି କପୁର । ସେ ଓଡିଆ ଫିଲ୍ମରେ ପ୍ରଜୋଜନା କରିବେ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିବା ସହ ତାଙ୍କ ସହ ଆଲୋଚନା କରିଛନ୍ତି ।


ବୋନି କପୁର କହିଛନ୍ତି ଅଲଗା ଭାଷାରେ ସିନେମା ତିଆରି କରିଛି। ତେଣୁ ଓଡିଆରେ ବି ତିଆରି କରିବି। ଚଳଚ୍ଚିତ୍ର ଶିଳ୍ପ ଆଗକୁ ନେବା ପାଇଁ ବି ହାତ ବଢାଇବେ ବୋଲି କହିଛନ୍ତି । ଓଡ଼ିଶାରେ ସୁଟିଂ କରିବା ପାଇଁ ଭଲ ସ୍ପଟ୍ ଥିବା ବି କହିଛନ୍ତି । ତାଙ୍କ ସହ ଅର୍ଜନ କପୁର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକ ବାରବାଟୀ ରେ କ୍ରିକେଟ ଖେଳିବେ ନାମୀଦାମୀ ଭାରତୀୟ ଫିଲ୍ମ ଷ୍ଟାର । ଫେବୃଆରୀ ୧୬ରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ ଲିଗ୍ ରେ ଖେଳିବେ ଷ୍ଟାର, ସୁପର ଷ୍ଟାର । ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସି ସି ଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବେଙ୍ଗଲ ସେଲିବ୍ରିଟି କ୍ରିକେଟର କଟକ ବାରବାଟୀ ହୋମ ଗ୍ରାଉଣ୍ଡ ହେବ ବୋଲି ଟିମ୍ ଓନର ବୋନି କପୁର ଘୋଷଣା କରିଛନ୍ତି । ବେଙ୍ଗଲର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ କୁ ଭେଟିବ । ଅର୍ଜୁନ କପୂର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାର ମାନେ ଖେଳୁଥିବାର ଦର୍ଶକ ଦେଖିବେ ।


ଫେବୃଆରୀ ୧୧ ରୁ ବାରବାଟୀ ରେ ଟିକେଟ ମିଳିବା ଆରମ୍ଭ ହୋଇଛି । ଏହାଛଡା ରେଲୱେ ଷ୍ଟେସନ, ବିମାନ ବନ୍ଦର, ବସ ଷ୍ଟାଣ୍ଡରେ ବି ଟିକେଟ ମିଳିବ । ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାକୁ ଆସିଥିଲେ ବୋନି କପୁର ଓ ଅର୍ଜୁନ କପୁର । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବେସ ଖୁସି ଅନୁଭବ କରିଛନ୍ତି ବୋନି କପୁର ।

Sponsored
boney-kapoor-and-arjun-kapoor-meets-with-chief-minister-mohan-majhi | Argus News