Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଲେଜ ପାଠାଗାରରେ ଉଇ ଖାଉଛନ୍ତି ବହି

Banajyotshna Ray
Browse all articles by Banajyotshna Ray
·11 months ago·1 min read
କଲେଜ ପାଠାଗାରରେ ଉଇ ଖାଉଛନ୍ତି ବହି

Key Points

କଲେଜ ପାଠାଗାରରେ ଉଇ ଖାଉଛନ୍ତି ବହି । ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ପାଠଗାରରେ ଥିବା ୧୫ ହଜାରରୁ ଅଧିକ ବହି ନଷ୍ଟ ହୋଇଯାଇଛି ।

କଲେଜ ପାଠାଗାରରେ ଉଇ ଖାଉଛନ୍ତି ବହି । ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ପାଠଗାରରେ ଥିବା ୧୫ ହଜାରରୁ ଅଧିକ ବହି ନଷ୍ଟ ହୋଇଯାଇଛି । କିଛି ବହି ଉଇ ଖାଇଥିବାବେଳେ ଛାତରୁ ପାଣି ପଡ଼ି ନଷ୍ଟ ହୋଇ ଯାଇଛି ଅବଶିଷ୍ଟ ବହି । ଆଠଗଡ଼ ରେ ୧୯୬୩ ମସିହାରେ ସ୍ଥାପିତ ମହାବିଦ୍ୟାଳୟରେ ୨୫୦୦ ଛାତ୍ରଛାତ୍ରୀ ପାଠପଢୁଥିଲେ ବି ଛାତ୍ରଛାତ୍ରୀଙ୍କୁ ପାଠାଗାର ଯିବାକୁ ଅନୁମତି ମିଳୁନଥିବା ଅଭିଯୋଗ ହୋଇଛି । ଶେଷରେ ଏପରି ଅବସ୍ଥା ହୋଇଛି- ଉଇ ଖାଇଛନ୍ତି ବହି ।


ବର୍ଜ୍ୟ ବସ୍ତୁ ପରି ପାଠାଗାରରେ ତଳେ ଗଦା ହୋଇ ରହିଛି ବହି । ପାଠାଗାରର ୪ଟି କୋଠରୀ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେ ବି କଲେଜ କର୍ତ୍ତୃପକ୍ଷ କେବେ ଦୃଷ୍ଟି ଦେଇ ନାହାନ୍ତି । ଛାତରୁ ପାଣି ଗଳୁଛି ତ କବାଟ ଝରକା ଉଇ ଖାଇ ଗଲାଣି । ୫୫ ହଜାର ବହିରୁ ବର୍ତ୍ତମାନ ୧୫ ହଜାର ବହି ଉଇ ଖାଇ ନଷ୍ଟ ହୋଇଯାଇଥିବା କହିଛନ୍ତି ଲାଇବ୍ରେରୀ ଦାୟିତ୍ଵରେ ଥିବା ଅଧିକାରିଣୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗୋଟିଏ କଲେଜରେ ୪ ବର୍ଷ ଭିତରେ ୧୫ ହଜାର ବହି ଉଇ ଖାଇଯିବା କଲେଜ ପରିଚାଳନା ଉପରେ ବଡ଼ ପ୍ରଶ୍ନ ଉଠାଇଛି । ପାଠାଗାର କୋଠାର ପୁନରୁଦ୍ଧାର ସହ ଛାତ୍ରଛାତ୍ରୀଙ୍କୁ ପାଠଗାରର ବହି ପଢ଼ିବାକୁ ସୁଯୋଗ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Sponsored
books-eating-termites-in-the-college-library | Argus News