୨୪ ଲଢେଇ ପାଇଁ ଆଗୁଆ ଟିକେଟ ଘୋଷଣା କସରତ

ଭୁବନେଶ୍ୱର: 24 ମହାଲଢ଼େଇ ପାଇଁ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ରାଜ୍ୟର ତିନି ପ୍ରମୁଖ ଦଳରୁ ଟିକେଟ ହାତେଇବାକୁ ଆଶାୟୀଙ୍କ ଭିତରେ ଆରମ୍ଭ ହୋଇଯାଇଛି କସରତ। ବିଜେପି, ବିଜେଡି ଓ କଂଗ୍ରେସ ଦଳରେ ମଧ୍ୟ ଏଥିପାଇଁ ଜୋରଦାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏପଟେ ବିଜେଡି ଟିକେଟ ଆଶାୟୀଙ୍କ ସମ୍ପର୍କରେ ଦଳର ସାଂଗଠନିକ ସଂପାଦକ ବବି ଦାଶଙ୍କ ବାହାସ୍ଫଟ ଧରାପଡ଼ିଯାଇଛି। ଟିକଟ ଆଶାରେ ନବୀନ ନିବାସକୁ ଆସି ନିରାଶ ହୋଇ ଫେରିଛନ୍ତି ମହିଳା ନେତ୍ରୀ। ବିଜେଡି ସୁପ୍ରିମୋଙ୍କ ଟିକେଟ୍ ଟେନସକୁ ଦୁଇ ଗୁଣିତ କଲେ ବବି । ବୁମେରାଙ୍ଗ ହେଲା ବବିଙ୍କ ସୋସିଆଲ୍ ମିଡିଆ ପୋଷ୍ଟ । ସଙ୍ଗଠନ ସମ୍ପାଦକଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ନବୀନ ନିବାସରେ ଟିକେଟ୍ ପାଇଁ ଆଶାୟୀଙ୍କ ଅସମ୍ଭାଳ ଭିଡ । ହାତରେ ବାୟୋଡାଟା ଧରି ଟିକେଟ୍ ପାଇଁ ଲାଇନ ଲାଗିଲେ ଆଶାୟୀ । ବିଭିନ୍ନ ସଙ୍ଗଠନ ଦ୍ବାରା ଶକ୍ତି ପ୍ରଦର୍ଶନ କରି ଟିକେଟ୍ ପାଇଁ ଲବି କଲେ ଛାମୁଆ ନେତା । ମାତ୍ର ଏ ସବୁ ଭିତରେ ନବୀନ ନିବାସରୁ ନିରାଶ ହୋଇ ଫେରିଲେ କେନ୍ଦ୍ରାପଡା ଜିଲ୍ଲାର ବିଜେଡି ନେତ୍ରୀ ପ୍ରିୟଙ୍କା ମଲିକ । ବବିଙ୍କ ପୋଷ୍ଟ ଦେଖି ପ୍ରିୟଙ୍କା ଟିକେଟ୍ ଆଶାରେ କେନ୍ଦ୍ରାପଡାରୁ ଆସି ନବୀନ ନିବାସରେ ପହଞ୍ଚିଥିଲେ ।
ବାୟୋଡାଟା ନେଇ ନବୀନ ନିବାସ ଭିତରକୁ ଯିବା ବେଳେ ଅଟକାଇଥିଲେ ସିକ୍ୟୁରିଟି ଗାର୍ଡ । ଦିର୍ଘ ସମୟ ଛିଡା ହେବା ପରେ ଶେଷରେ ନବୀନ ନିବାସରୁ ନିରାଶ ହୋଇ ଫେରିଥିଲେ ପ୍ରିୟଙ୍କା । ଦଳ ମହିଳାଙ୍କ ସଶକ୍ତିକଣକୁ ଗୁରତ୍ବ ଦେଉଥିବାରୁ ସେ ଟିକେଟ୍ ପାଇଁ ଆଶା ରଖି ଆସିଥିବା କହିଛନ୍ତି । ସେପଟେ ବିଜେପି ଓ କଂଗ୍ରେସ ଆଗୁଆ ଟିକେଟ୍ ଘୋଷଣା ପାଇଁ ଘନ ଘନ ବୈଠକ କରୁଥିବା ବେଳେ ବିଜେଡି ବି କସରତ ଆରମ୍ଭ କରିଛି । ରାଷ୍ଟ୍ରୀୟ କାର୍ଯ୍ୟକାରିଣି ପରେ ବିଜେପିର ନିର୍ବାଚନ ପ୍ରଭାରୀ ଓଡିଶାରେ ପହଞ୍ଚି ପର୍ଯ୍ୟବେକ୍ଷକ ମାନଙ୍କ ସହ କରିଛନ୍ତି ଆଲୋଚନା । ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟବେକ୍ଷକ ମାନେ ସଂସଦୀୟ କ୍ଷେତ୍ର ଯାଇ ଆସନ୍ତା ମାସ 1 ତାରିଖ ପୂର୍ବରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଦେବେ । 2 ତାରିଖରେ ବିଧାନସଭା କ୍ଷେତ୍ରର କୋର କମିଟି ବୈଠକ ପରେ 3ରେ ରିପୋର୍ଟ ମାଗିଛନ୍ତି ନିର୍ବାଚନ ପ୍ରଭାରି । ସେପଟେ କଂଗ୍ରେସ ପ୍ରଗମନ ରିପୋର୍ଟକୁ ନେଇ ଦିଲ୍ଲୀରେ ବସିଥିଲା ସ୍କ୍ରିନିଙ୍ଗ କମିଟିର ବୈଠକ । ତେବେ ଆସନ୍ତା ମାସ 9 ରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା ହୋଇପାରେ ବୋଲି ବୈଠକ ପରେ କହିଛନ୍ତି ସଭାପତି । ନିର୍ବାଚନ ତାରିଖ ଘୋଷଣା ହୋଇନି କିନ୍ତୁ ତିନି ରାଜନୈତିକ ଦଳରେ ଆଗୁଆ ଟିକେଟ୍ ଘୋଷଣା କୁ ନେଇ ଚାଲିଛି ଜୋରଦାର କସରତ । ତେବେ କିଏ କେତେ ସିଟ୍ ରେ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛି ତା ଉପରେ ନଜର