Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୀମାନ୍ତରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା

Banajyotshna Ray
Browse all articles by Banajyotshna Ray
·10 months ago·2 min read
ସୀମାନ୍ତରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା

Key Points

ବିପଦରେ ବିଦ୍ୟାଳୟ
ବିପର୍ଯ୍ୟସ୍ତ ଶିକ୍ଷାବ୍ୟବସ୍ଥା
ଶ୍ରେଣୀ ଗୃହର ଅଭାବ ବଢ଼ାଇଛି ଚିନ୍ତା
ସୀମାନ୍ତରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା

କୋରାପୁଟ ବୋରିଗୁମ୍ମା ବ୍ଲକ ବିସିଂହ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୯୦୨ ମସିହାରେ ନିର୍ମିତ ଏହି ବିଦ୍ୟାଳୟରେ ଏପର୍ଯ୍ୟନ୍ତ ଆବଶ୍ୟକ ଶ୍ରେଣୀ ଗୃହ ନିର୍ମାଣ ହୋଇ ପାରିନି। ଫଳରେ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ବହୁ ଅସୁବିଧା ହେଉଛି। ୩ଟି ଶ୍ରେଣୀ ଗୃହ ରେ ବଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଛି। ତୃତୀୟ ଯାଏ ଗୋଟେ ପାଖେ,ଚତୁର୍ଥ ଓ ପଞ୍ଚମ ଗୋଟିଏ ରୁମରେ ଏବଂ ସପ୍ତମ ଅଷ୍ଟମ ଗୋଟେ ଶ୍ରେଣୀଗୃହରେ ପାଠ ପଢା ଯାଉଛି।ଏଇ ଶ୍ରେଣୀ ଗୃହ ମଧ୍ୟ ବହୁ ପୁରୁଣା । ବର୍ଷା ଦିନେ ଦୁଇଟି ଶ୍ରେଣୀ ଗୃହ ପାଣି ଗଲୁଛି। ଫଳରେ ବର୍ଷା ଦିନେ ଶିକ୍ଷା ଦାନ ପ୍ରଭାବିତ ହେଉଛି।


ଏଣୁ ସ୍କୁଲ ପାଇଁ ନୂତନ ଶ୍ରେଣୀଗୃହ ନିର୍ମାଣ କରିବା ସଙ୍ଗେ ସଙ୍ଗେ ଜଣେ ଶିକ୍ଷକ ଙ୍କୁ ମଧ୍ୟ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି ଛାତ୍ର ଛାତ୍ରୀ ଏବଂ ଅଭିଭାବକ।ଟିକେ ନଜର ପକାନ୍ତୁ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଆଉ ଏକ ଦୃଶ୍ୟଉପରେ। ଏ ହେଉଛି କାମରା ପଞ୍ଚାୟତ ର ଖଟୁଲୁ ଗୁଡା ଉଚ ପ୍ରାଥମିକ ବିଦ୍ୟାଳୟ। ପୂର୍ବରୁ ଉନ୍ନତ ଶିକ୍ଷା ଦାନ ସାଙ୍ଗକୁ କିଛି ଇନିଭେଟିଭି ଶୈଳୀ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ସମ୍ମାନୀତ ହୋଇ କୋରାପୁଟ ଜିଲ୍ଲା କୁ ଗୌରବ ଆଣିଥିଲା ଏହି ବିଦ୍ୟାଳୟ ।ଏବେ କିନ୍ତୁ ନିଜର ପରିଚୟ ଖୋଜୁଛି ଏହି ବିଦ୍ୟାଳୟ। ୧୯୯୦ ମସିହାର ସ୍ଥାପିତ ଏହି ବିଦ୍ୟାଳୟ ରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନ ବ୍ୟବସ୍ତା ରହିଛି। ଏଠି ୩ଟି ଶ୍ରେଣୀ ଗୃହରେ ଚାଲୁଛି ୯ଟି କ୍ଳାସର ପାଠ ପଢା ।ଶିକ୍ଷା ଦାନ ପାଇଁ ଅଛନ୍ତି କେବକ ତିନି ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ।ଏବେ ବର୍ଷା ଦିନ ଥିବାରୁ ଗୋଟେ ଶ୍ରେଣୀ ଗୃହ ପରିତକ୍ତ ଅବସ୍ଥା ରେ ପଡିଛି। ଫଳରେ ପାଠ ପଢାରେ ବହୁ ବାଧା ଉପୁଜୁଛି। ୨୫ ବର୍ଷର ଶାସନ କାଳରେ ଶିକ୍ଷା ବ୍ୟବସ୍ଥା ସୁଧାରୀବାରେ ଫେଲ ବିଜେଡି ସରକାର। ବର୍ଷ ବର୍ଷ ବର୍ଷ ଧରି ଅନେକ ସ୍କୁଲରେ ଆବଶ୍ୟକୀୟ ଭିତ୍ତିଭୂମି ହୋଇ ପାରିନି କି ଆବଶ୍ୟକୀୟ ଶିକ୍ଷକ ବି ନାହାନ୍ତି।

Sponsored
Disrupted Education System in Border Areas | Argus News | Argus News