Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିକାଶଠାରୁ ବହୁ ଦୂରରେ ସୀମାନ୍ତ ଗାଁ ଧିରେଇଡିହି

Odisha

ବିକାଶଠାରୁ ବହୁ ଦୂରରେ ସୀମାନ୍ତ ଗାଁ ଧିରେଇଡିହି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିକାଶଠାରୁ ବହୁ ଦୂରରେ ସୀମାନ୍ତ ଗାଁ ଧିରେଇଡିହି

ବିକାଶଠାରୁ ବହୁ ଦୂରରେ ସୀମାନ୍ତ ଗାଁ ଧିରେଇଡିହି । ଆବାସ,ରାସ୍ତା,ଭତ୍ତା,ପାନୀୟ ଜଳପରି ମୌଳିକ ସୁବିଧା ଅପହଞ୍ଚ। ଡିଜିଟାଲ ଯୁଗରେ ମୋବାଇଲ ନେଟୱର୍କ ସେବା ଦିବାସ୍ଵପ୍ନ । ଭତ୍ତା ପାଈଁ ଘଞ୍ଚ ଜଙ୍ଗଲ ମଧ୍ୟରେ ଜୀବନକୁ ବାଜି ଲଗାଇ ବୃଦ୍ଧ ବୃଦ୍ଧା ଯାଆନ୍ତି ୮ କିଲୋମିଟର । ଏ ହେଉଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ନୂହାଝାଳିଆ ପଞ୍ଚାୟତ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତରେ ଅବସ୍ଥିତ ଗାଁ ଧିରେଇଡିହି । ଶତପ୍ରତିଶତ ଆଦିବାସୀ, ଜୀବନ ଜୀବିକା କହିଲେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବିକି ଭାଙ୍ଗି ଓ ଦିନ ମଜୁରିଆ। ଏହି ଗାଁରେ ବିକାଶର ପଦଚିହ୍ନ ପଡିନାହିଁ। ଯୁଆଡ଼େ ଚାହିଁବେ ଭଙ୍ଗା ଦଦରା ଚାଳ ଘର।

ଗାଁରେ ୩୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଶୁଦ୍ଧ ପାନୀୟ ଜଳ ପାଇଁ ନୀତି ସଙ୍ଘର୍ଷ କରିବାପାଇଁ ପଡେ। ଗାଆଁରେ ଦୁଇଟି ସୋଲାର ପମ୍ପ ଲାଗିଛି। ଗୋଟିଏ ନିଜ ଇଚ୍ଛାରେ କେବେ କେମିତି ଚାଲୁଥିବା ବେଳେ ଅନ୍ୟଟି ଅଚଳ ଅବସ୍ଥାରେ ପଡ଼ିରହିଛି। ତେଣୁ ପାଣି ପାଇଁ ପୋଡଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରନ୍ତି ଅଞ୍ଚଳବାସୀ।
ଗାଁରେ ମୋବାଇଲ ନେଟୱର୍କ ସେବା ସବୁଠୁ ବଡ ସମସ୍ୟା । ଡିଜିଟାଲ ଯୁଗରେ ମୋବାଇଲ ନେଟୱର୍କ ସେବା ଦିବାସ୍ଵପ୍ନ ପାଲଟିଛି। ଗାଁ ରେ ଗର୍ଭବତୀ, ପ୍ରସୂତି, କାହାରି ଦେହାଖରାପ ହେଲେ କି କୌଣସି ଦରକାରୀ ସମୟରେ ଗାଁ ଠାରୁ ଦୁଇ କିଲୋମିଟର ଗଲା ପରେ ମୋବାଇଲ ନେଟୱର୍କ ମିଳେ। କେବେ ବିକାଶର ସିଡି ଚଢ଼ିବେ ଧିରେଇଡିହି ବାସୀ। ୨୪ ବର୍ଷ ସରକାରରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ । ଲୋକଙ୍କ ସରକାର ବିଜେପି ସରକାର ଉପରେ ଲେକେ ଭରସା ରଖିଛନ୍ତି, ଲୋକଙ୍କ ସମସ୍ୟା ଦୂରହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
border-villages-far-from-development | Argus News