Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡିଶା ଆସିବେ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ

Odisha

ଓଡିଶା ଆସିବେ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·2 min read
ଓଡିଶା ଆସିବେ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ

Key Points

- ଓଡ଼ିଶାରେ ହେବ ଗୁରୁତ୍ବପୂର୍ଣ୍ଣ ଡିଜିପି ସମ୍ମିଳନୀ
- ସବୁ ରାଜ୍ୟର ଡିଜିପିଙ୍କ ସହ ସମ୍ମିଳନୀରେ ଯୋଗଦେବେ କେନ୍ଦ୍ର ସୁରକ୍ଷା ଏଜେନ୍ସିର ସଦସ୍ୟ
- ପୂର୍ବରୁ ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଥିଲା
- ମୋଦି ସରକାର ସମୟରେ ରାଜ୍ୟ ମାନଙ୍କରେ  ବି ବସୁଛି ବହୁ ଗୁରୁତ୍ବପୂର୍ଣ୍ଣ ବୈଠକ
 

ଅର୍ଗସ ବ୍ୟୁରୋ: ଡିଜିପି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ । ଆସନ୍ତା 29 ତାରିଖରେ ଓଡ଼ିଶାରେ ପ୍ରଥମ ଥର ଲାଗି ହେବାକୁ ଯାଉଛି ସର୍ବ ଭାରତୀୟ ଡିଜିପି ସମ୍ମିଳନୀ । ନଭେମ୍ବର 29ରୁ ଡିସେମ୍ବର 1 ଯାଏଁ ତିନି ଦିନ ଧରି ଡିଜିପି ସମ୍ମିଳନୀ ଭୁବନେଶ୍ଵରରେ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମ୍ମିଳନୀରେ ଯୋଗ ଦେଇପାରନ୍ତି ।

ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ମାନେ ସମ୍ମିଳନୀରେ ଯୋଗଦେବେ । ଏହାସହ ବିଏସଏଫ ଡିଜି, ସିଆରପିଏଫ ଓ ସିଆଇଏସଏଫ ଡିଜିି, ଏନଆଇଏ ମୁଖ୍ୟ, ' ର ' ମୁଖ୍ୟ, ଆଇବି, ଏନଏସଜି, ଏସପିଜି, ବିପିଆରଡି, ଆଇଟିବିପି, ଏନସିବି ଡିଜିଙ୍କ ସହ ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ସମସ୍ତ ଏଜେନ୍ସିର ମୁଖ୍ୟ ମାନେ ସମ୍ମିଳନୀରେ ସାମିଲ ହେବେ । ତେବେ ସମସ୍ତ ରାଜ୍ୟର ଆଇଜି ମାନେ ମଧ୍ୟ ଭର୍ଚୁଆଲ୍‌ରେ ଯୋଗଦେବେ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ହେବ ତିନି ଦିନିଆ ଡିଜିପି ବୈଠକ । 

2026 ସୁଦ୍ଧା ସମଗ୍ର ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରିବା ପାଇଁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ତେଣୁ ଡିଜିପି ସମ୍ମିଳନୀରେ ମାଓ ମୁକାବିଲା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେବ । ଏହାସହ ଆତଙ୍କବାଦ ଉପରେ ଲଗାମ ଲଗାଇବା , ଅନ୍ତଃରାଷ୍ଟ୍ରୀୟ ଅନୁପ୍ରବେଶ ରୋକିବା, ଆଭ୍ୟନ୍ତରୀଣ ନିରାପତ୍ତା, ସାଇବର ସିକ୍ୟୁରିଟି, ପୁଲିସିଂ ଟେକ୍ନାଲୋଜି, ପୋଲିସ ଭିତ୍ତିଭୂମି ଆଧୁନିକୀକରଣ, ବେଆଇନ ନିଶା କାରବାର ବନ୍ଦ କରିବା, ଜେଲ ସଂସ୍କାର, ଏଆଇ ଓ ଡିପ ଫେକ୍ ଭଳି ନୂତନ ଜ୍ଞାନ କୌଶଳ ଦ୍ଵାରା ଅପରାଧିକ ଚ୍ୟାଲେଞ୍ଜର କେମିତି ମୁକାବିଲା ହେବ ଏହି ସବୁ ଦିଗକୁ ନେଇ ଆଲୋଚନା ହୋଇପାରେ । ତେବେ ପୂର୍ବରୁ ହୋଇଥିବା ଡିଜିପି ସମ୍ମିଳନୀରେ ଦିଆଯାଇଥିବା ଟାର୍ଗେଟ କେତେ ପୂରଣ ହୋଇଛି ? ନିଜ ରାଜ୍ୟରେ ବା ବିଭାଗରେ ପାଇଥିବା ସଫଳତା ଉପରେ ଡିଜିପି ମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରେଜେଣ୍ଟେଶନ ଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନଭେମ୍ବର 29, 30 ଏବଂ ଡିସେମ୍ବର 1...ତିନି ଦିନିଆ ଡିଜିପି ସମ୍ମିଳନୀକୁ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି ଓଡ଼ିଶା ପୋଲିସ । ବୈଠକରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମେତ ଦେଶର ସମସ୍ତ ଡିଜିପି ଏବଂ ସର୍ବୋଚ୍ଚ ସ୍ତରର ସାମରିକ ଅଧିକାରୀ ମାନେ ଯୋଗ ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥା ବେଶ୍ କଡାକଡି କରାଯାଉଛି ।
 

Sponsored
Both the Prime Minister and the Union Home Minister will come to Odisha | Argus News