Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସବୁ ରାଜ୍ୟଠୁ ତତଲା ଓଡ଼ିଶା: ଦେଶରେ ବୌଦ୍ଧ ୧ ନମ୍ବର, ଦ୍ଵିତୀୟରେ ଝାରସୁଗୁଡ଼ା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସବୁ ରାଜ୍ୟଠୁ ତତଲା ଓଡ଼ିଶା: ଦେଶରେ ବୌଦ୍ଧ ୧ ନମ୍ବର, ଦ୍ଵିତୀୟରେ ଝାରସୁଗୁଡ଼ା

ଭୁବନେଶ୍ଵର: ରେକର୍ଡ ଭାଙ୍ଗୁଛି ତାତି । ମାର୍ଚ୍ଚରେ ଅସମ୍ଭାଳ ଖରା, ଛଟପଟ ପଶ୍ଚିମ ଓଡ଼ିଶା । ଆଭ୍ୟନ୍ତରୀଣରୁ ଉପକୂଳ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଶନିବାର ଭଳି ରବିବାର ମଧ୍ୟ ବୌଦ୍ଧ ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି । ରବିବାର ବୌଦ୍ଧ ପରେ ଦେଶର ଦ୍ଵିତୀୟ ଉତ୍ତପ୍ତ ସହର ହେଉଛି ଝାରସୁଗୁଡ଼ା ।


ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବେଳେ ଝାରସୁଗୁଡ଼ାରେ ପାରଦ ୪୨ ଡିଗ୍ରୀ ରହିଛି । ଶନିବାର ବୌଦ୍ଧରେ ଦେଶର ସର୍ବାଧିକ ଦିନ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିଭଳି ଦେଶର ଦ୍ଵିତୀୟ ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍ ସମ୍ବଲପୁରରେ ରେକର୍ଡ ହୋଇଥିଲା ।


ରବିବାର ରାଜ୍ୟର ୪ଟି ସ୍ଥାନରେ ପାରଦ ୪୧ ଡିଗ୍ରୀ ଉପରେ ରହିଛି । ୪୩.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟ ଏବଂ ଦେଶର ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୨ ଡିଗ୍ରୀ ଥିବା ବେଳେ ଏହା ରାଜ୍ୟ ଓ ଦେଶର ଦ୍ଵିତୀୟ ଉତ୍ତପ୍ତ ସହର ହୋଇଛି । ବଲାଙ୍ଗିରରେ ୪୧.୭ ଡିଗ୍ରୀ, ଅନୁଗୁଳରେ ୪୧.୧ ଡିଗ୍ରୀ, ଟିଟିଲାଗଡ଼େ ୪୦.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦.୩ ଡିଗ୍ରୀ ଓ ଭବାନିପାଟଣାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।


ପାଣିପାଗ ବିଭାଗର ଆକଳନ ଅନୁସାରେ, ଆହୁରି ୪ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ତିନିଦିନ ଅର୍ଥାତ୍ ୧୯ ତାରିଖ ପର୍ଯ୍ୟନ୍ତ କଲବଲ କରିବ ତାତି । ଆଭ୍ୟନ୍ତରୀଣରୁ ନେଇ ଉପକୂଳ ପର୍ଯ୍ୟନ୍ତ ଜଳିବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଉ ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତାତି ଭିତରେ ୧୯ରୁ ବର୍ଷା ସାମାନ୍ୟ ଆଶ୍ଵସ୍ତି ଆଣିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୭ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାକୁ ସିଭିୟର ହିଟ ୱେଭକୁ ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ସୋନପୁର, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ସେହିପରି ଉଷ୍ମ ଓ ଆର୍ଦ ସ୍ଥିତିକୁ ନେଇ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ନୟାଗଡ଼ ,ଗଞ୍ଜାମ ଓ ଗଜପତି କୁ ୟେଲୋ ଆଲର୍ଟ ରହିଛି ।


୧୮ ତାରିଖରେ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାକୁ ହିଟୱେଭ ନେଇ ଅରେଞ୍ଜ ଆଲର୍ଟ ରହିଛି । ଗ୍ରୀଷ୍ମ ପ୍ରବାହ ଭିତରେ ୧୯ ପରେ ହିଟୱେଭ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ । ବର୍ଷା ପବନ ସହ ବିଜୁଳି, ଘଡ଼ଘଡ଼ି ସମ୍ଭାବନା ରହିଛି । ବର୍ଷା ଫଳରେ ତାତିରୁ ଆଶ୍ଵସ୍ଥି ମିଳିବ ।


ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ଅନୁଗୁଳ, ବାଲେଶ୍ଵର, ଭଦ୍ରକ ଆଦି ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହୋଇପାରେ । ତେଣୁ ୧୯ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।


Sponsored
Boudh Records 43.6 Degrees Temperature Hottest City Of India | Argus News