Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଵାଧୀନତା ଦିବସରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇ ନଥିବାରୁ ୫୬ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍

Sushanta Sahoo
Browse all articles by Sushanta Sahoo
·10 months ago·2 min read
ସ୍ଵାଧୀନତା ଦିବସରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇ ନଥିବାରୁ ୫୬ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍

Key Points

ବୌଦ୍ଧ ବ୍ଲକର ୧୫ଟି ବିଦ୍ୟାଳୟ, ହରଭଙ୍ଗାର ୩୩ଟି ବିଦ୍ୟାଳୟ ଓ କଣ୍ଟାମାଳର ୮ଟି ବିଦ୍ୟାଳୟ ସ୍ଵାଧୀନତା ଦିବସରେ ପିଲାଙ୍କୁ ରୋଷେଇ କରି ମଧ୍ୟାନ ଭୋଜନ ଦେଇ ନଥିଲେ ।

କଣ୍ଟାମାଳ (ବୌଦ୍ଧ): ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ନ ଦେବା ମହଙ୍ଗା ପଡ଼ିଛି । ବୌଦ୍ଧ ଜିଲ୍ଲାର ୫୬ଟି ବିଦ୍ୟାଳୟକୁ ଏଥିପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲାର ୩ ବ୍ଲକ ଶିକ୍ଷା ଅଧିକାରୀ ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗାଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।


ବୌଦ୍ଧ ବ୍ଲକର ୧୫ଟି ବିଦ୍ୟାଳୟ, ହରଭଙ୍ଗାର ୩୩ଟି ବିଦ୍ୟାଳୟ ଓ କଣ୍ଟାମାଳର ୮ଟି ବିଦ୍ୟାଳୟ ସ୍ଵାଧୀନତା ଦିବସରେ ପିଲାଙ୍କୁ ରୋଷେଇ କରି ମଧ୍ୟାନ ଭୋଜନ ଦେଇ ନଥିଲେ । ଏବେ ଜିଲ୍ଲା ଶିକ୍ଷା ଅଧିକାରୀ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ କାହିଁକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ସେ ନେଇ ୭ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ଏଥିସହ ଅଗଷ୍ଟ ୧୫ ତାରିଖରେ ବିଦ୍ୟାଳୟ ଆସିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ୭ ଦିନ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ଆଗରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସହ ପ୍ରମାଣ ଭାବେ ଫଟୋ ଓ ଭିଡିଓ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯେଭଳି ଗାଇଡଲାଇନ୍ ମାନିବେ ସେ ନେଇ ଚେତାବନୀ ଦେବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ, ବିଦ୍ୟାଳୟରେ ପର୍ବ ପାଳନ ଦିନରେ ମଧ୍ୟାହ୍ନ ଭୋଜନ ଦେବାକୁ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ରହିଛି । ଏନେଇ ସ୍ଵାଧୀନତା ଦିବସ ପୂର୍ବ ଦିନ ସମସ୍ତ DEOଙ୍କୁ ନୋଡାଲ ଅଫିସର ଚିଠି କରିଥିଲେ । ତଥାପି ନିର୍ଦ୍ଦେଶ ନ ମାନି ଅନେକ ବିଦ୍ୟାଳୟ ଅଗଷ୍ଟ ୧୫ରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇ ନଥିଲେ ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Boudh: 56 Schools Issued Notice for Not Providing Midday Meal on Independence Day | Argus News | Argus News