|
logo
Live
Argus News App
GET APP

Argus News - ପୁରା ବାଗବେଡା କନ୍ଦୁଛି, ନ୍ୟାୟ ମାଗୁଛି

Odisha

ପୁରା ବାଗବେଡା କନ୍ଦୁଛି, ନ୍ୟାୟ ମାଗୁଛି

Smruti Parija
Browse all articles by Smruti Parija
·2 years ago·2 min read
ପୁରା ବାଗବେଡା କନ୍ଦୁଛି, ନ୍ୟାୟ ମାଗୁଛି

ନବରଙ୍ଗପୁର:  ପ୍ରେମିକା ତିଲା ଗଣ୍ଡା । ପ୍ରେମ ତାଙ୍କୁ 31 ଖଣ୍ଡ କରିଦେଇଛି । ମାଟିରେ ପଡିଥିବା ରକ୍ତ ଛିଟା ଗୁମୁରି ଗୁମୁରି କାନ୍ଦୁଛି । ନ୍ୟାୟ ମାଗୁଛି। ପ୍ରେମ କରି ଭୂଲ୍ କରିଦେଲି ବୋଲି ନିଜକୁ ନିଜେ ପ୍ରଶ୍ନ କରୁଛି ।  

ପ୍ରେମ, ବିରହ ବିଚ୍ଛେଦ । ପ୍ରେମ କଲେ । ସ୍ୱପ୍ନ ଦେଖାଇଲେ । ଏକ ନୂଆ ଦୁନିଆ ଗଢିବାକୁ  ମନରେ ଏକ ଅଭୁତପୂର୍ବ ଖୁସି ଫୁଟି ଉଠିଲା । ହେଲେ ଯେତେବଳେ ସେହି ଖୁସିକୁ ପୁରା କରିବାକୁ ଚେଷ୍ଟା କଲେ ଯେମିତି ସବୁ କିଛି ଓଲଟ ପାଲଟ ହେଇଗଲା । ମିଳିଲା ପ୍ରେମ କରିବାର ଫଳ । 

ବିବାହ କରିବାକୁ ଜିଦ୍ କରିବାରୁ ପ୍ରେମିକାକୁ 31 ଖଣ୍ଡ କରିଦେଲା ସୈତାନ ପ୍ରେମିକ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଗୋନା ଗ୍ରାମ ମୁରମଡିହି ଜଙ୍ଗଲରେ ବାଗବେଢ଼ା ଗ୍ରାମର ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପ୍ରେମର ପରିଣାମ ଯେ ଏତେ ଭୟଙ୍କର ହୋଇପାରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

ତିଲାବତୀ ନାମକ ଯୁବତୀଙ୍କୁ କେହି ୩୧ ଖଣ୍ଡ କରି ପୋତି ଦେଇଥିଲା ପ୍ରେମିକ ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀ ସିଆ ରାଉତ । ବିବାହିତ ଚନ୍ଦ୍ର ରାଉତଙ୍କ ସହ ଦୁଇ ବର୍ଷ ହେଲା ତିଲାବାଈଙ୍କ ପ୍ରେମ ସଂପର୍କ ଥିଲା । ବିବାହ ପାଇଁ ତିଲାବାଈ ବାରମ୍ବାର ଚାପ ପକାଉଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ବୁଧବାର ରାତିରେ ତିଲାବାଈ କାହାକୁ କିଛି ନକହି ନିଜ ଗାଁ ଠାରୁ 10 କିମି ଦୂର ପ୍ରେମିକ ଚନ୍ଦ୍ର ରାଉତ ଘରେ ପହଞ୍ଚିଥିଲେ । ବିବାହ ପାଇଁ ପୁଣି ଚାପ ପକାଇବାରୁ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଶେଷରେ ତିଲାବାଈଙ୍କୁ ରାସ୍ତାରୁ ହଟାଇବାକୁ ଚନ୍ଦ୍ର ଯୋଜନା କରିଥିବାବେଳେ ସାଥ୍ ଦେଇଥିଲେ ପତ୍ନୀ । ତିଲାବାଈଙ୍କୁ ହତ୍ୟା କରି ତେନ୍ତୁଳି ଗଛ ତଳେ ଶବକୁ 31 ଖଣ୍ଡ କରି ଅଳ୍ପ ଦୂରରେ ପୋତି ଦେଇଥିଲେ । 

ସେପଟେ ପୋଲିସ ଅଟକ ଦମ୍ପତିଙ୍କୁ କୋର୍ଟ ଚାଲାଣ କରିଛି । ସେପଟେ ପୁରା ବାଗବେଡା ଆଜି କାନ୍ଦୁଛି । ନ୍ୟାୟ ମାଗୁଛି ଦୋଶୀକୁ ଫାଶୀ ଦେବାକୁ ଦାବି କରୁଛି । 

ବିବାହିତ ପୁରୁଷଙ୍କ ସହିତ ପ୍ରେମ ସମ୍ପର୍କ: ପରେ ୩୧ ଖଣ୍ଡ
 

Sponsored
ପୁରା ବାଗବେଡା କନ୍ଦୁଛି, ନ୍ୟାୟ ମାଗୁଛି | Argus News