Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପଦ ସଙ୍କେତ ଉପରେ ବ୍ରାହ୍ମଣୀ ଓ ଖରସ୍ରୋତା

Rashmita Mishra
Browse all articles by Rashmita Mishra
·12 months ago·2 min read
ବିପଦ ସଙ୍କେତ ଉପରେ ବ୍ରାହ୍ମଣୀ ଓ ଖରସ୍ରୋତା

Key Points

୫ ଦିନ ହେଲା ବନ୍ୟା ଘେରରେ କେନ୍ଦ୍ରାପଡ଼ା
ଜିଲ୍ଲାରେ ସବୁଠୁ ଅଧିକ ପ୍ରଭାବିତ ଆଳି ବ୍ଲକ
୧୭ଟି ପଞ୍ଚାୟତର ୭୦ ହଜାର ଲୋକ ଜଳବନ୍ଦୀ
ରାସ୍ତାରେ ୭ ଫୁଟ୍ ଉଚ୍ଚର ପାଣି, ବୁଡି ରହିଛି ଚାଷ ଜମି
ଗାଁ ଭିତରେ ନଦୀ ପାଣି ପଶି ବଢିଛି କୁମ୍ଭୀର ଆତଙ୍କ

ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢି କେନ୍ଦ୍ରାପଡ଼ା ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ । ବିଶେଷ କରି ଆଳି ବ୍ଲକ୍ ସ୍ଥିତି ଅତି ସଙ୍ଗୀନ ରହିଛି । ୧୦ ପଞ୍ଚାୟତର ଡ଼ିମିରିପାଳ, ଅର୍ଗଳ, ଜୁଆଣିଆ, ଗୋବିନ୍ଦପୁର, ଏରଡ଼ଙ୍ଗ, ପାଳିମି, ଦେସାହି, କେତୁଆପାଳ, ପେତପଡ଼ ଓ ସଂସିଧା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି l ଏଥି ସହ ସାହୁପଡ଼ା, ଦଶିପୁର, ପଦିନୀପାଳ, ବିଜୟନଗର, ଏକମଣିଆ, ଇଚ୍ଛାପୁର, ଦିନିଆରି, ଜାମୁଦଣ୍ଡା, ତଆଁଳାଡିଆ, ଜାମୁଦଣ୍ଡା, ନରେନ୍ଦ୍ରପୁର ଓ ପତ୍ରପୁର ସମ୍ପୂର୍ଣ୍ଣ ଜଳବନ୍ଦୀ ।

ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି । ନରେନ୍ଦ୍ରପୁର ଓ ପତ୍ରପୁରର ପ୍ରାୟ ଶହେ ପରିବାର ପାଣି ଘେରରେ । ମାନପୁର-ଗୋବିନ୍ଦପୁର ରାସ୍ତାର ଡ଼ିମିରିପାଳ ଛକ ନିକଟରେ ୭ ଫୁଟ୍ ଓ ପଦନୀପାଳ-ଭୂଇଁପୁର ପଞ୍ଚାୟତର ୩ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଗାଁର ସମସ୍ତ ନଳକୂପ ବନ୍ୟାପାଣିରେ ବୁଡି ରହିଥିବାବେଳେ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଗ୍ରାଉଣ୍ଡରେ ପହଞ୍ଚି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲା ପ୍ରଶାସନ । ବନ୍ୟାରେ ପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ସହ ଯାତାୟତ ପାଇଁ ଡ଼ଙ୍ଗା ଯୋଗାଇ ଦିଆଯାଇଛି l ଏଥିସହ ଆଳି ବିଧାୟକ ପ୍ରତାପ ଦେବ ଓ ଆଳି ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି l ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୩୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ୨୦ରୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୨୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
brahmani-and-kharasrota-on-the-danger-signal | Argus News