|
logo
Live
Argus News App
GET APP

Argus News - ୫ ରାଜ୍ୟରେ ବ୍ରହ୍ମପୁର ପୋଲିସର ରେଡ୍‌; ୧୦ ଅଟକଙ୍କ ମଧ୍ୟରେ ଛାତ୍ର ନେତା ଓ କର୍ପୋରେଟର

Odisha

Pitabas Panda Murder Mystery / ୫ ରାଜ୍ୟରେ ବ୍ରହ୍ମପୁର ପୋଲିସର ରେଡ୍‌; ୧୦ ଅଟକଙ୍କ ମଧ୍ୟରେ ଛାତ୍ର ନେତା ଓ କର୍ପୋରେଟର

Sushanta Sahoo
Browse all articles by Sushanta Sahoo
·5 months ago·2 min read
୫ ରାଜ୍ୟରେ ବ୍ରହ୍ମପୁର ପୋଲିସର ରେଡ୍‌; ୧୦ ଅଟକଙ୍କ ମଧ୍ୟରେ ଛାତ୍ର ନେତା ଓ କର୍ପୋରେଟର

Key Points

ବ୍ରହ୍ମପୁର ପୋଲିସ କବ୍‌ଜାରେ ଛାତ୍ର ନେତା ଓ କର୍ପୋରେଟର । ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ପୋଲିସର ସ୍ଵତନ୍ତ୍ର ଟିମ୍ ୫ ରାଜ୍ୟରେ ଚଢ଼ାଉ କରି ୮ରୁ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ବଡ଼ ଅପଡେଟ୍ । ବ୍ରହ୍ମପୁର ପୋଲିସ କବ୍‌ଜାରେ ଛାତ୍ର ନେତା ଓ କର୍ପୋରେଟର । ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ପୋଲିସର ସ୍ଵତନ୍ତ୍ର ଟିମ୍ ୫ ରାଜ୍ୟରେ ଚଢ଼ାଉ କରି ୮ରୁ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଅଟକଙ୍କ ମଧ୍ୟରେ ଜଣେ ସ୍ଥାନୀୟ କର୍ପୋରେଟର ରହିଛନ୍ତି । ଶୁକ୍ରବାର ଠାରୁ ନିର୍ଦ୍ଦିଷ୍ଟ ଦଳର ଜଣେ କର୍ପୋରେଟରଙ୍କୁ ଉଠାଇ ନେଇ ପୋଲିସ ଘଣ୍ଟା ଘଣ୍ଟା ଜେରା କରୁଛି । ସେପଟେ ଦିଲ୍ଲୀରୁ ଜଣେ ଛାତ୍ର ନେତାହ୍କୁ ମଧ୍ୟ ପୋଲିସ ଉଠାଇ ଆଣି ଜେରା କରୁଛି ।

ଏଥିସହ ପଢ଼ନ୍ତୁ: ଅଧାମରା ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କଲେ ଅଟୋ ଚାଳକ !

ପୀତବାସଙ୍କ ହତ୍ୟାର ଛାନଭିନ୍ କରୁଥିବା ବ୍ରହ୍ମପୁର ପୋଲିସ ୫ ରାଜ୍ୟରେ ଚଢ଼ାଉ କରିଥିଲା । ବିହାର ସହ ଦିଲ୍ଲୀ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରେଡ୍ କରିଥିଲା ବ୍ରହ୍ମପୁର ପୋଲିସ । ଆଉ ଏସବୁ ରାଜ୍ୟରେ ରେଡ୍ ପରେ ପୋଲିସ ୮ରୁ ୧୦ ଜଣଙ୍କୁ ଉଠାଇ ଆଣି ପଚରାଉଚରା ଜାରି ରଖିଛି ।

ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ମାମଲାରେ ପୋଲିସ ହାତରେ ବଡ଼ ସୁରାକ୍ ଲାଗିଛି । ଅପରାଧର ମୋଟିଭ୍ ମଧ୍ୟ ପୋଲିସ ପାଇଥିବା କୁହାଯାଉଛି । ପୂର୍ବ ଶତ୍ରୁତା ସହ ଜମିଜମା ବିବାଦ, ବାଲିଘାଟ ବିବାଦ ଏମିତି ଏକାଧିକ କାରଣ ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ହେଉଛି ।

ମିଳିଥିବା ସୂଚନା ଅନୁସାରେ, ଏକ ଅନଲାଇନ୍ ଟ୍ରାଞ୍ଜାକ୍ସନରୁ ପୋଲିସ ରାଜ୍ୟ ବାହାରୁ ଦୁଇରୁ ଏକାଧିକଙ୍କୁ ଧରିବା ପରେ ଜେରା କରୁଛି । ୟୁପିଆଇ ଟ୍ରାଞ୍ଜାକ୍ସନ୍ ମାଧ୍ୟମରେ ରାଜ୍ୟ ବାହାର ଲିଙ୍କ୍ ପାଇଛି ପୋଲିସ । ଜଣେ ବ୍ୟକ୍ତି ବ୍ରହ୍ମପୁରରୁ ନିର୍ଦ୍ଦିଷ୍ଟ ଠିକଣାରୁ ପରିବାରଙ୍କୁ ଟଙ୍କା ପଠାଇଥିଲେ । ଯାହା ପୀତବାସଙ୍କ ହତ୍ୟା ପଛର ଥିବା ବଡ଼ ଷଡ଼ଯନ୍ତ୍ରକୁ ଧରା ପକାଇଥିବା ଅନୁମାନ କରାଯାଉଛି ।

ଏଥିସହ ପଢ଼ନ୍ତୁ: ପୋଲିସ ହାତରେ ଗୁରୁତ୍ଵପୂର୍ଣ୍ଣ ସୁରାକ; ରେକି କଲେ ଜଣେ, ଗୁଳି କଲା ଆଉ ଜଣେ

ଅକ୍ଟୋବର କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟା ହେବ ସମୟରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇଖ୍‌ରେ ଆସି ଦୁର୍ବୃତ୍ତ ଅତି ପାଖରୁ ଗୁଳି କରିଥିଲେ । ସ୍ଥାନୀୟ ଲୋକେ ପୀତବାସଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।


ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳ ସବୁବେଳେ ଜନଗହଳିପୂର୍ଣ୍ଣ ରହିଥାଏ । ସୋମବାର କୁମାରପୂର୍ଣ୍ଣିମା ପାଇଁ ଦୋକାନ ବଜାର ବନ୍ଦ ରହିଥିବାରୁ ସେତେଟା ଗହଳି ନଥିଲା । ଯାହାର ସୁଯୋଗ ଉଠାଇ ଗୁଳି କରିଥିଲେ ଦୁର୍ବୃତ୍ତ । ଗୁଳିମାଡ଼ ପୂର୍ବରୁ ଦୁର୍ବୃତ୍ତ ରେକି ମଧ୍ୟ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pitabas Panda Murder Mystery: ୫ ରାଜ୍ୟରେ ବ୍ରହ୍ମପୁର ପୋଲିସର ରେଡ୍‌; ୧୦ ଅଟକଙ୍କ ମଧ୍ୟରେ ଛାତ୍ର ନେତା ଓ କର୍ପୋରେଟର | Argus News