ଚାଷୀଙ୍କୁ ୮୫୦୦ ଟଙ୍କା ଘୋଷଣା ପରେ ଫାଇଦା ଉଠାଉଛନ୍ତି ଲାଞ୍ଚୁଆ ସରକାରୀ କର୍ମଚାରୀ
·1 year ago·1 min read

ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ସରକାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଘୋଷଣା କରିବା ପରେ ଏବେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ । କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ହେକ୍ଟର ପିଛା ୮୫୦୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିବା ପରେ ଏହାର ଫାଇଦା ଉଠାଉଛନ୍ତି କିଛି ଲାଞ୍ଚୁଆ ସରକାରୀ କର୍ମଚାରୀ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଭାଟପଡ଼ା ପଞ୍ଚାୟତରେ। ଗ୍ରାମ୍ୟ କୃଷି ଅଧିକାରୀ ଭଗବତୀ କିସାନ ଚାଷୀଙ୍କଠାରୁ ଜମି ଅନଲାଇନ୍ ପାଇଁ ଖୁଲମ ଖୁଲା ପାଞ୍ଚ ଶହ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। କେଉଁ ଆଧାରରେ ପାଞ୍ଚ ଶହ ଟଙ୍କା ନେଉଛନ୍ତି ବୋଲି ଚାଷୀମାନେ ପ୍ରଶ୍ନ କରିବାରୁ ଚାଷୀଙ୍କୁ V.A.W ଜଣକ ନାଲି ଆଖି ଦେଖାଇବା ସହ ଉତ୍ୟକ୍ତ ହୋଇ ସେମାନଙ୍କ ଜମି ଅନଲାଇନ୍ କରିବେ ନାହିଁ ବୋଲି କହୁଛନ୍ତି । ଅନ୍ୟପଟେ ଚାଷୀଙ୍କଠାରୁ ଆଦାୟ ହୋଇଥିବା ଟଙ୍କାକୁ ପୈଠ କରିବାକୁ ଦାବି କରିଛନ୍ତି ଚାଷୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: