Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Wedding Drama / ସ୍ଵାମୀ ମୁଣ୍ଡରେ ବନ୍ଧୁକ ଲଗାଇ ନବ ବଧୂକୁ ନେଇ ପ୍ରେମିକ ମାରିଲା ଚମ୍ପଟ

Rashmita Mishra
Browse all articles by Rashmita Mishra
·4 months ago·2 min read
ସ୍ଵାମୀ ମୁଣ୍ଡରେ ବନ୍ଧୁକ ଲଗାଇ ନବ ବଧୂକୁ ନେଇ ପ୍ରେମିକ ମାରିଲା ଚମ୍ପଟ
Wedding Drama

Key Points

ବାହାଘର ସରୁସରୁ ମୁଣ୍ଡରେ ବନ୍ଧୁକ ଲଗାଇ ସ୍ତ୍ରୀକୁ ଚୋରେ ନେଲେ
ହାତଗଣ୍ଠି ପଡ଼ିବା ପରେ ଏଣ୍ଟ୍ରି କଲା ପ୍ରେମିକ
ସ୍ଵାମୀ ମୁଣ୍ଡରେ ବନ୍ଧୁକ ଲଗାଇ ନବ ବଧୂକୁ ନେଇ ପ୍ରେମିକ ମାରିଲା ଚମ୍ପଟ
ରାସ୍ତା ମଝିରୁ କର ଭିତରୁ ଟାଣିନେଲା ପ୍ରେମିକ

ମୁଁ ଭଲ ପାଉଛି ମାନେ ସେ ମୋର । ତାକୁ ମୋ ଠାରୁ କେହି ଅଲଗା କରିପାରିବେ ନାହିଁ । ବାହାଘର ସରିଥିଲେ ବି ମୁଁ ତାକୁ ଉଠେଇ ଆଣିବି । ପ୍ରେମିକ ଖାଲି ଏମିତି କହିଲା ନାହିଁ। କରିକି ମଧ୍ୟ ଦେଖାଇ ଦେଲା । ବାହାଘର ସାରି ଘରକୁ ଫେରୁଥିବା ବେଳେ ବାଟରୁ ନବ ବଧୂକୁ ଉଠାଇ ନେଲା ପ୍ରେମିକ । ବର ମୁଣ୍ଡରେ ବନ୍ଧୁକ ଲଗାଇଲା କାର ଭିତରୁ ଟାଣି ଆଣି ନିଜ ଗାଡ଼ିରେ ବଶାଇ ନେଇ ଚାଲିଗଲା । ଅମାନିଆ ପ୍ରେମ କିଛି ବି ମାନି ନାହିଁ । ଶେଷରେ ନବ ବଧୂକୁ ଉଠାଇ ନେଇଛି । ସ୍ବାମୀ ଠାରୁ ସ୍ତ୍ରୀକୁ ଛଡ଼ାଇ ନେଇଛି ଏହି ପ୍ରେମିକ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଥାନା ଅଞ୍ଚଳରେ।

ରାସ୍ତା ଉପରେ ଛିଡ଼ା ହୋଇଛି ବର ଗାଡ଼ି । ରଙ୍ଗିନ ଫୁଲରେ କାର ସଜା ଜାଇଛି । ଆଗରେ ଲେଖା ରହିଛି ରିଙ୍କୁ ସହିତ ରଶ୍ମୀ । ପାଖରେ ଛିଡ଼ା ହୋଇଛନ୍ତି ବର ଜଣକ । ହେଲେ ପାଖରେ ନାହିଁ ସ୍ତ୍ରୀ । ମୁହଁ ପୁରା ଶୁଖି ଯାଇଛି ବରଙ୍କର । ଆଖିରୁ ଜକେଇ ଆଶୁଛି ଲୁହ । କାରଣ ବାହାଘର ପରେ ଯାହାଙ୍କ ହାତଧରି ପୁଅ ଜଣକ ଘରକୁ ଫେରୁଥିଲେ ତାଙ୍କୁ ବାଟରୁ ଉଠାଇ ନେଇଛି ପ୍ରେମିକ ।

ସୂଚନା ମୁତାବକ ବଲାଙ୍ଗିର ଜିଲ୍ଲା କାମାକ୍ଷାନଗର ଗାଁର ରିଙ୍କୁ ନାମକ ଯୁବକ କଣ୍ଟାମାଳର ରଶ୍ମୀଙ୍କୁ ଗତ ରାତିରେ ବୈଦିକ ରିତୀନିତୀରେ ବାହା ହୋଇଥିଲେ । ବାହାଘର ଧୁମଧାମରେ ହେଲା । ଆଉ ବାହାଘର ସାରି ଭୋରୁ ଭୋରୁ ଘରକୁ ଫେରିବା ବେଳେ ଏଣ୍ଟ୍ରି କରିଥିଲା ନବ ବଧୂଙ୍କର ପ୍ରେମିକ । ତରଭା ଥାନା ଅର୍ନ୍ତଗତ ବଡ଼ବନ୍ଧ ନିକଟରେ ଅଚାନକ ୪/୫ ଜଣ ଯୁବକ ଆସି ଗାଡ଼ି ଅଟକାଇ ଥିଲେ । ଗାଡ଼ି ଅଟକିବା ପରେ ରିଙ୍କୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡିରୁ ନବ ବଧୂଙ୍କୁ ଉଠାଇ ନେଇ ପଳାଇଲେ ।

ତେବେ ଘଟଣାକୁ ନେଇ ତରଭା ଥାନାରେ ପହଞ୍ଚିଥିଲେ ବରପିଲା । ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇ ନଥିଲେ ହେଁ ପୋଲିସ ଏନେଇ ତନାଘନା ଜାରି ରଖିଥିବା ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ:  ପୋଷା କୁକୁରକୁ ମାଡ଼ ମାରିଲେ ବରଘର ଲୋକେ; ବେଦୀରେ ବାହାହେବାକୁ ମନା କଲା କନ୍ୟା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Wedding Drama | Lover Escapes with Newlywed at Gunpoint, Husband Threatened | Argus News