Videos
|
Odisha

କାନ୍ଦିକାନ୍ଦି ଭିଡିଓ କରି ଝିଅ କହିଥିଲା, ଏଠି ମତେ ବାଡଉଛନ୍ତି !

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
କାନ୍ଦିକାନ୍ଦି ଭିଡିଓ କରି ଝିଅ କହିଥିଲା, ଏଠି ମତେ ବାଡଉଛନ୍ତି !

ପୁଣି ଯୌତୁକ ପାଇଁ ବଧୂ ହତ୍ୟା। ବୋହୂକୁ ପିଟିପିଟି ମାରିଦେଲେ ଶାଶୁଘର ଲୋକ। ଏମିତି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ। ଅଭିଯୋଗ କରିଛନ୍ତି ମୃତକ ଝିଅଙ୍କ ବାପା । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।


ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ଅଏଳାଭଟା ଗାଁର ଠାକୁର ସାହୁଙ୍କ ଝିଅ କ୍ରୀଷ୍ଣା ପାଟଣାଗଡ ଥାନା ଅନ୍ତର୍ଗତ ନୈନାବନ୍ଦ ଗାଁର ଆଲୋକ ସାହୁ ୨୦୨୨ ରେ ହିନ୍ଦୁ ରୀତି ନୀତି ପରମ୍ପରା ଅନୁସାରେ ବିବାହ କରିଥିଲେ । ତେବେ କିଛି ମାସ ଗଲା ପରେ ଆଲୋଙ୍କ ପରିବାର ଲୋକ ଯୌତୁକ ଦାବି କରି କ୍ରୀଷ୍ଣାକୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । କ୍ରୀଷ୍ଣା କୁ ମାଡ ମରାଯାଉଥିବା ଏବଂ ହତ୍ୟା ଉଦ୍ୟମ କରାଯାଉଥିବା ସେ ଏକ ଭିଡିଓ କରି ନିଜ ବାପା ଘରକୁ ମଧ୍ୟ ପଠେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଆଜି ତାଙ୍କୁ ମାଡ ମରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ପାଟଣାଗଡ ଡାକ୍ତରଖାନାରେ ଭର୍ତି କରଯାଇଥିଲା । ଚିକିତ୍ସିତ ଅବସ୍ଥାରେ କ୍ରୀଷ୍ଣାଙ୍କ ମୃତ୍ଯୁ ହୋଇଥିଲା । କ୍ରୀଷ୍ଣାଙ୍କ ମୃତ୍ଯୁ ପରେ ତାଙ୍କ ବାପ ଘର ଲୋକ ପାଟଣାଗଡ ଥାନାରେ ଏନେଇ ଏତଲା ଦେଇଛନ୍ତି। ପାଟଣାଗଡ ପୋଲିସ ଉକ୍ତ ଗାଁରେ ପହଞ୍ଚି ପ୍ରଥମେ ଅଭିଯୁକ୍ତ ସ୍ବାମୀ ଆଲୋକ ସାହୁ କୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ଜଣା ପଡିଛି।

Bride murder for dowry | Argus News