Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଲ ନିର୍ମାଣରେ ମହାଦୁର୍ନୀତିର ଗନ୍ଧ

Banajyotshna Ray
Browse all articles by Banajyotshna Ray
·10 months ago·2 min read
ପୋଲ ନିର୍ମାଣରେ ମହାଦୁର୍ନୀତିର ଗନ୍ଧ

Key Points

ଦୁର୍ନୀତି, ମହାଦୁର୍ନୀତି ଓ ସାମୂହିକ ଦୁର୍ନୀତି
ପୋଲ ନିର୍ମାଣରେ ମହାଦୁର୍ନୀତିର ଗନ୍ଧ
ହାତ ମାରିଦେଲେ ଖସିଯାଉଛି କଂକ୍ରିଟ

ଗାର୍ଡୱାଲର ଦୃଶ୍ୟ, ଆପଣଙ୍କୁ ମଧ୍ୟ ଏହା ତାଜୁବ କରିବ । ଛୁଇଁଦେଲେ ଖଣ୍ଡ ଖଣ୍ଡ ହୋଇ କଂକ୍ରିଟ ତଳେ ପଡୁଛି । ବାଲି ଓ ମେଟାଲ ମିଶ୍ରିତ ଲେୟାର ବଦଳରେ ମାଟି ଓ ମୋରମ ପକାଉଛି ଠିକା ସଂସ୍ଥା । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଦଣ୍ଡାସିଂହା ନାଳ ଉପରେ ପୂର୍ତ୍ତ ବିଭାଗ ନିର୍ମାଣ କରୁଥିବା ପୋଲରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି । କଂକ୍ରିଟ ଢଳେଇ ପରେ ନିୟମିତ ପାଣି ଦେବାର ଆବଶ୍ୟକତା ରହିଥିବା ବେଳେ ଗୋଟିଏ ଦିନ ପାଇଁ ପାଣି ଦେଉ ନାହିଁ ଠିକା ସଂସ୍ଥା । ଫଳରେ ପୋଲର ସ୍ଥାୟୀତ୍ୱ ନେଇ ଅନେକ ଆଶଙ୍କା ଦେଖାଦେଇଛି । ପୋଲର ପ୍ରାୟ ୮୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆଜି ଯାଏଁ ସୂଚନା ଫଳକ ଲାଗିନଥିବା ଅଭିଯୋଗ ହୋଇଛି ।

ଅଧା ପନ୍ତରିଆ ପୋଲ ପାଇଁ ଗଙ୍ଗାନାଳୀ ରୁ ନଳବନ୍ଧକୁ ସଂଯୋଗ କରୁଥିବା ରାସ୍ତା ବ୍ୟବହାର ହୋଇ ପାରୁନି । ଫଳରେ ଦଣ୍ଡାସିଂହା, କାଉଁଶିବାହାଳ, ସୁଗୁଡା ଗ୍ରାମପଞ୍ଚାୟତ ସହିତ ଆଖପାଖର ହଜାର ହଜାର ଲୋକ ଯିବା ଆସିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦଣ୍ଡାସିଂହା ପୋଲ ନିର୍ମାଣ ପାଇଁ ତୁଳସୀ କନଷ୍ଟ୍ରକସନ ଟେଣ୍ଡର ପାଇଥିଲା । ଠିକାସଂସ୍ଥା ୬ କୋଟି ୮୧ ଲକ୍ଷ ୬୬ ହଜାର ଟଙ୍କା ବିନିମୟରେ ୨୦୨୩ ଡିସେମ୍ବର ୨୬ ତାରିଖରୁ କାମ ଆରମ୍ଭ କରିଥିବା ବେଳେ ୨୦୨୪ ଡିସେମ୍ବର ସୁଦ୍ଧା ସାରିବା କଥା । କିନ୍ତୁ ଏପର୍ଯ୍ୟନ୍ତ ପୋଳ କାମ ଶେଷ ହୋଇନାହିଁ।


ଦାୟିତ୍ୱରେ ଥିବା ଠିକାସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ପୂର୍ତ୍ତ ବିଭାଗ ସହଯୋଗ କରୁଥିବା ଅଭିଯୋଗ ହେଉଛି। ଏନେଇ ଅଧିକ୍ଷଣ ଯନ୍ତ୍ରୀ ଅଭିଷେକ ଜେନାଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ମନା କରିଛନ୍ତି । ଠିକାଦାର ଓ ଯନ୍ତ୍ରୀଙ୍କ ମନମାନ ଯୋଗୁଁ ହୋଇ ପାରୁନି ପୋଲ ନିର୍ମାଣ । ଅବଧି ସରିବାର ୯ ମାସ ପରେ ବି ସରୁନି ପୋଲ ପାଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Major Corruption Allegations in Bridge Construction | Argus News | Argus News