Videos
|
Odisha

ଶ୍ଵାସନଳୀରେ ଫସିଲା ହୁଇସିଲ୍, ନିଶ୍ୱାସ ନେବା ବେଳେ ବାଜୁଥିଲା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଶ୍ଵାସନଳୀରେ ଫସିଲା ହୁଇସିଲ୍, ନିଶ୍ୱାସ ନେବା ବେଳେ ବାଜୁଥିଲା

Key Points

କୁନି ଶିଶୁର ବେକରେ ଫସିଲା ହ୍ୱିସିଲ୍ । 

କଥା କହିଲେ କାଶ ହେଉଥିଲା । 

ନିଶ୍ୱାସ ନେଲେ ବାହାରୁଥିଲା ହ୍ୱିସଲ ଶବ୍ଦ ।

ବାପା-ମାଆ ମେଡିକାଲରୁ ମେଡିକାଲ ବୁଲି ନୟାନ୍ତ ।
ଶେଷରେ ସବୁ ଭଲ କରିଥିଲା ଶିଶୁ ଭବନ ।

ବୟସ ମାତ୍ର ୧୦ । ଭୁଲ ବସତଃ ଗିଳି ଦେଇଥିଲା ହ୍ୱିସିଲ୍ । ନିଶ୍ବାସ ନେଲା ବେଳେ ବାହାରୁଥିଲା ହ୍ୱିସିଲ ଶବ୍ଦ। ବାପା ମାଆ କୁନି ଛୁଆକୁ ଧରି ଏଇ ହସ୍ପିଟାଲରୁ ସେଇ ହସ୍ପିଟାଲ ବୁଲି ନୟାନ୍ତ । ଏମିତିକି ବଡ଼ ମେଡିକାଲ ବି କରିଥିଲା ନିରାଶ । ଶେଷରେ ଶିଶୁ ଭବନ ଦେଇଥିଲା ଆଶ୍ୱସ୍ତି । ଶିଶୁଭବନର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ବ୍ରୋଙ୍କୋସ୍କୋପି କରି କୁନି ଛୁଆର ଛାତିରୁ ବହାର କରିଥିଲା ହୁଇସିଲ୍ ।

ଏହି ସଫଳତା ଶିଶୁଭବନ ପାଇଁ ଏକ ବଡ଼ ଉପଲବ୍ଧି । ଆଉ ଏହି ସଫଳତା ପଛର ସବୁଠାରୁ ବଡ଼ କାରଣ ହେଲା ବ୍ରୋଙ୍କୋସ୍କୋପି । ଏହି ବ୍ରୋଙ୍କୋସ୍କୋପି ଦ୍ୱାରା ଜଣେ କି ଦୁଇ ଜଣ ନୁହେଁ ଅନେକ ଶିଶୁଙ୍କ ବିରଳ ଅସ୍ତ୍ରୋପଚାର କରି ସଫଳତା ପାଇଛି ଶିଶୁଭବନ । ଏହି ବ୍ୟବସ୍ଥା ପୂର୍ବରୁ କେବଳ AIIMରେ ଥିଲା ।

ବ୍ରୋଙ୍କୋସ୍କୋପି ମାଧ୍ୟମରେ ଜଣେ ୩ ମାସର ଶିଶୁ ଖାଦ୍ୟ ନଳିରୁ ଦେବିଙ୍କ ଲକେଟ୍‌ କଢ଼ାଯିବା ସହ ୪ ବର୍ଷର ଶିଶୁ କନ୍ୟା ଶୁଭଲକ୍ଷ୍ମୀର ଖାଦ୍ୟନଳିରୁ କାନଫୁଲ କଢ଼ାଯାଇଛି । ଖାଲି ସେତିକି ନୁହେଁ ଆଉ ଜଣେ କୁନି ଶିଶୁର ଫୁସ୍‌ଫୁସ୍‌ରୁ ଏଲ୍‌ଇଡି ଲାଇଟ୍‌ ବାହାର କରାଯାଇଛି । ଏମିତି ଅନେକ ଶିଶୁଙ୍କ ଶ୍ଵାସନଳୀ ଓ ଫୁସ୍‌ଫୁସ୍‌ରୁ ଗୁଆ ଖଣ୍ଡ, କାଜୁ, କୋଳି ମଞ୍ଜି, ବାଦାମ, ଅମୃତାଞ୍ଜନ ଖୋଳ, ଲିଚୁ ଲାଇଟ୍, କାନଫୁଲ, ଲକେଟ୍, କଜଳ ଖୋଳ ମଧ୍ୟ କଢ଼ାଯାଇଛି ।

ଏଭଳି ଏହି ସମସ୍ୟା ହେଲେ ଓଡ଼ିଶା ବାହାରକୁ ଯିବାକୁ ପଡ଼ୁଥିଲା । କିନ୍ତୁ ଏବେ କଟକ ଶିଶୁଭବନରେ ଏହାର ପୂର୍ଣ୍ଣ ଉପଚାର ହୋଇପାରଛି । ଯାହାକି ଆମ ରାଜ୍ୟ ପାଇଁ ଏକ ବଡ଼ ଉପଳବ୍ଧି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bronchoscopy Helps To Remove Whistle From 10-Year-Old Child's Neck At Cuttack Sishu Bhawan | Argus News