Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସଡକ ଦୁର୍ଘଟଣାରେ ଭାଉଜ ମୃତ, ଦିଅର ଗୁରୁତର

Odisha

ସଡକ ଦୁର୍ଘଟଣାରେ ଭାଉଜ ମୃତ, ଦିଅର ଗୁରୁତର

Smruti Parija
Browse all articles by Smruti Parija
·2 years ago·1 min read
ସଡକ ଦୁର୍ଘଟଣାରେ ଭାଉଜ ମୃତ, ଦିଅର ଗୁରୁତର

କଟକ:  ସଡକ ଦୁର୍ଘଟଣାରେ ଭାଉଜ ମୃତ, ଦିଅର ଗୁରୁତର । ତିଗିରିଆ ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥ ପାଞ୍ଚଗାଁ ବଜାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଭାଉଜ ମୃତ ଦିଅର ଗୁରୁତର ‌‌। ବଡ଼ମ୍ବା ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର କାହ୍ନୁଚରଣ ସାହୁ ଏବଂ ତାଙ୍କ ଭାଉଜ ଉର୍ମିଳା ସାହୁ ମୋଟର ସାଇକେଲ ଯୋଗେ ବଡ଼ମ୍ବାରୁ କଟକ ଅଭିମୁଖେ ଯାଉଥିଲେ । 

ପାଞ୍ଚଗାଁ ବଜାର ଠାରେ ଭାଉଜ ଉର୍ମିଳା ସାହୁ କୌଣସି କାରଣ ବସତଃ ମୋଟରସାଇକେଲ ରୁ ଖସି ପଡ଼ିଥିଲେ । ତେବେ ପଛପଟୁ ଆସୁଥିବା ହାଇଓ୍ବା ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଉର୍ମିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଦିଅର କାହ୍ନୁଚରଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ହାଇଓ୍ବା ଟ୍ରକକୁ ଜବତ କରିବା ସହିତ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଡାକ୍ତରଖାନାକୁ ପଠାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Brother-in-law dies in road accident, son-in-law is seriously injured-at-athagarh-tigiria-police-station | Argus News