Videos
|
Odisha

ହତଭାଗିନୀ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧି ପାଇଛି ମୃତ୍ୟୁର ଉପହାର

Smruti Parija
Browse all articles by Smruti Parija
·2 years ago·2 min read
ହତଭାଗିନୀ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧି ପାଇଛି ମୃତ୍ୟୁର ଉପହାର

ବ୍ରହ୍ମପୁର: ବରଷେ ପରେ ଆସିଥିଲା ରାକ୍ଷୀ । ସବୁ ଭଉଣୀଙ୍କ ପରି ଏ ଭଉଣୀଟି ବି ସ୍ଵପ୍ନ ଦେଖିଥିଲା ଭାଇ ହାତରେ ରାକ୍ଷୀ ବାନ୍ଧିବ, ପ୍ରତି ବଦଳରେ ଭାଇ ତା'ର ମାନ ରଖିବ । ହେଲେ କଳିଯୁଗର କଂସ ଭାଇ ଭଉଣୀର ମାନ ରଖିବ କଣ ବରଂ ଜୀବନ ନେଇଗଲା । ଆଉ ଖବର ବ୍ୟାପିବା ପରେ କେବଳ ବ୍ରହ୍ମପୁର କାହିଁକି, ପୁରା ରାଇଜରେ ଚହଳ ପଡ଼ିଲା...ଲୋକେ କହିଲେ ଭଗବାନ ଭାଇ ନଦେଉ ପଛେ ଏମିତି ଭାଇ କାହାକୁ ନଦେଉ....

ଇଏ ହେଉଛି ସେଇ କୁଳାଙ୍ଗାର ଭାଇ । ଯିଏ ରାକ୍ଷୀ ପରି ପବିତ୍ର ଦିନରେ ଭଉଣୀର ନେଇଯାଇଛି ଜୀବନ । ଆଉ ଇଏ ସେହି ହତଭାଗିନୀ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧି ପାଇଛି ମୃତ୍ୟୁର ଉପହାର ।

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଘରେ ଘରେ ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ଦେଇ ସାରା ଜୀବନ ପାଇଁ ସରୁକ୍ଷାର ପ୍ରତିଶ୍ରୁତି ନିଏ ଭଉଣୀ ।  ହେଲେ ଆଜି ପରା ଦିନରେ ଭଉଣୀକୁ ଜୀବନରୁ ମାରିଦେଲା ଭାଇ ।  ଛୁରାରେ ବେକ କାଟିଲା । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁର ନୀମଖଣ୍ଡି ଲୋଚପଡା ଅଞ୍ଚଳରେ । 

ମୃତକ ଜଣଙ୍କ ହେଲେ ପ୍ରଜକ୍ତା ପାଣିଗ୍ରାହି । ବୟସ ମାତ୍ର 13 ବର୍ଷ । ଆଜି ବଡ଼ ବଜାର ଥାନା ଜଗନ୍ନାଥ ବିହାର 7ମ ଲେନ୍ ସ୍ଥିତ ତାଙ୍କ ବଡ ବାପା ଘରକୁ ଯାଇଥିଲା ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ । ସେଠାରେ ଘରେ ଶ୍ରାଦ୍ଧ ଚାଲିଥିଲା । ଏହାସହ ଭଉଣୀ ହାତରୁ ରାକ୍ଷୀ ବାନ୍ଧିଥିଲା ଭାଇ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସମୟରେ ପରିବାର ଲୋକେ ତଳେ ଥିବା ବେଳେ ଉପରେ ପିଲା ମାନେ ଉପରେ ଖେଳୁଥିଲେ । ହଠାତ୍ କୌଣସି କାରଣକୁ ନେଇ ଏମ ଫର୍ମା ପଢୁଥିବା ଆଶୁତୋଷ ପାଣିଗ୍ରାହି ଏକ ଛୁରା ସହାୟତାରେ ଭଉଣୀ ପ୍ରଯକ୍ତା ପାଣିଗ୍ରାହୀଙ୍କ ଉପରକୁ ଛୁରା ମାଡ଼ କରିଥିଲେ । ପରେ ନିଜ ଭାଇ ଆୟୁଷ୍ମାନ ପାଣିଗ୍ରାହିଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ mkcg ମେଡିକାଲକୁ ଅଣାଯାଇଥିଲା । ପ୍ରଜକ୍ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିବାବେଳେ ଆୟୁଷ୍ମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ଘରୋଇ ମେଡିକାଲକୁ ପଠାଇ ଦିଆଯାଇଛି ।

ସେପଟେ ଆକ୍ରମଣକାରୀ ଆଶୁତୋଷ ପାଣିଗ୍ରାହୀ ହିଞ୍ଜିଳିକାଟୁରୁ ଉଦ୍ଧାର ହୋଇଛି । ପୋଚିଲିମା ନିକଟରେ ଏକ ବସ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡ଼ିକାଲକୁ ଅଣାଯାଇଛି । ହେଲେ ଏ ଆକ୍ରମଣର କାରଣ ଜମାଡିନଥିବାବେଳେ ଆଜି ପରା ଦିନରେ ଏ ଅଘଟଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।