Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅପହରଣର ନାଟକ ରଚି ଫସିଲେ ବିଟେକ ଛାତ୍ର

Odisha

ଅପହରଣର ନାଟକ ରଚି ଫସିଲେ ବିଟେକ ଛାତ୍ର

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଅପହରଣର ନାଟକ ରଚି ଫସିଲେ ବିଟେକ ଛାତ୍ର

Key Points

ନିଜ ଜାଲରେ ନିଜେ ଫସିଲେ

ଅପହରଣର ନାଟକ ରଚି ଫସିଲେ ବିଟେକ ଛାତ୍ର

ଗିରଫ ହେଲେ ବିଟେକ ଛାତ୍ର

ଅପହରଣର ନାଟକ ରଚି ନିଜ ଜାଲରେ ଫସିଲେ ବିଟେକ ଛାତ୍ର। ଅନଲାଇନ ଟ୍ରେଡିଂ ରେ ଟଙ୍କା ହରାଇବା ପରେ ଅପହରଣ ନାଟକ କରି ଘର ଲୋକଙ୍କୁ ଟଙ୍କା ମାଗି ଗିରଫ ହେଲେ କଟକ ଚାଉଳିଆଗଞ୍ଜର ଛାତ୍ର। ଚାଉଳିଆଗଞ୍ଜ ଅଂଚଳ ର ଜଣେ ବି.ଟେକ ଛାତ୍ର ସାଙ୍ଗମାନଙ୍କ ସହ ମିଶି ନିଜର ଅପହରଣ ନାଟକ ରଚନା କରିବା ଘଟଣା ର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। କଟକ ଡିସିପି ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଗତ 20 ତାରିଖରେ ଛାତ୍ରଙ୍କର ପରିବାର ଲୋକ ଅପହରଣ ନେଇ ଥାନାରେ ଏତଲା ଦେଇଥିଲେ।


ପୋଲିସ ତୁରନ୍ତ ସ୍ୱତନ୍ତ୍ର ଟିମ ଗଠନ କରି ଛାତ୍ର ଙ୍କୁ ଅଧଘଣ୍ଟା ଭିତରେ ଉଦ୍ଧାର କରିଥିଲା। ପଚରାଉଚୁରାରୁ ଜଣା ପଡିଥିଲା ଯେ ବି.ଟେକ ଛାତ୍ର ଜଣଙ୍କ ଅନ ଲାଇନ ଗେମ ଓ ଇନଭେଷ୍ଟମେଣ୍ଟରେ ଟଙ୍କା ଲଗାଇଥିଲେ। ପରେ ନିଜର କ୍ଷତିଭରଣା ଓ ପୁଣି ଟଙ୍କା ଲଗାଇବା ପାଇଁ ସେ ପରିବାର ଲୋକଙ୍କୁ ଟଙ୍କା ମାଗିବା ପାଇଁ ଏଭଳି ଅପହରଣ ନାଟକ ରଚିଥିଲେ। ପୋଲିସ ତଦନ୍ତ ଜାରି ରହିଥିବା ବେଳେ ଯୁବପୀଢିକୁ ଏପରି ଅନଲାଇନ ଗେମ ଓ ମାନସିକତା ନ ଆପଣାଇବାକୁ ପରାମର୍ଶ ଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
btech-student-gets-caught-in-kidnapping-drama | Argus News