Ollywood / ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମେଡିକାଲରେ ଭର୍ତ୍ତି

Key Points
ଓଡ଼ିଆ ଇଣ୍ଡଷ୍ଟ୍ରିର ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ ହୋଇଛନ୍ତି। କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।
ଓଡ଼ିଆ ଇଣ୍ଡଷ୍ଟ୍ରିର ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ ହୋଇଛନ୍ତି। କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଫୁସଫୁସ୍ ସଂକ୍ରମଣ ଜନିତ ରୋଗରେ ପିଡ଼ିତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ପଲ୍ୟୁମନାରୀ ମେଡ଼ିସିନ୍ ବିଭାଗର ଡାକ୍ତର ଚିକିତ୍ସା କରୁଛନ୍ତି।
ବୁଦ୍ଧାଦିତ୍ୟ ମହାନ୍ତି ଜଣେ ପ୍ରସିଦ୍ଧ ଓଡ଼ିଆ ଅଭିନେତା। ଯିଏ ତାଙ୍କର ସୁନ୍ଦର ଅଭିନୟ ପାଇଁ ବେଶ ଜଣାଣୁଣା। ସେ ଓଡ଼ିଆ ଚଳଚ୍ଚିତ୍ର, ଟେଲିଭିଜନ ଧାରାବାହିକ ଏବଂ ମୁମ୍ବାଇରେ ହିନ୍ଦୀ ଟିଭି ଶୋ’ ଗୁଡ଼ିକରେ କାମ କରିଛନ୍ତି । ବୁଦ୍ଧାଦିତ୍ୟଙ୍କୁ ତାଙ୍କ ଶାନ୍ତ ସ୍ୱଭାବ ଏବଂ ସାହିତ୍ୟିକ ରୁଚି ପାଇଁ ମଧ୍ୟ ଲୋକମାନେ ପସନ୍ଦ କରନ୍ତି । ସେ ଓଡ଼ିଶାରେ ଜନ୍ମଗ୍ରହଣ କରି, ନାଟକରୁ ତାଙ୍କର ଅଭିନୟ ଜୀବନର ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ସିନେମା ଜଗତରେ ଖ୍ୟାତି ଲାଭ କରିଛନ୍ତି। ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଫ୍ୟାନ୍ସମାନେ କାମନା କରିଛନ୍ତି।
📱 Get Argus News App
✨Related Topics
Explore more stories