Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅତିରିକ୍ତ ବଜେଟ୍‌: ଶ୍ରୀଜଗନ୍ନାଥ ରତ୍ନଭଣ୍ଡାର ପାଇଁ 5 କୋଟି ଟଙ୍କା ବ୍ୟବସ୍ଥା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅତିରିକ୍ତ ବଜେଟ୍‌:  ଶ୍ରୀଜଗନ୍ନାଥ ରତ୍ନଭଣ୍ଡାର ପାଇଁ 5 କୋଟି ଟଙ୍କା ବ୍ୟବସ୍ଥା

ଅର୍ଗସ ବ୍ୟୁରୋ:  ଅତିରିକ୍ତ ବଜେଟ 2024-25 ରେ ନୂତନ ପଦକ୍ଷପ । ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ 125 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ (DAJGUA) ପାଇଁ 92 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନ ପାଇଁ 142 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । CAPF ମୁତୟନ ପାଇଁ 299 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ପୋଲିସ ଷ୍ଟେସନ ଓ ଫାଣ୍ଡିରେ CCTV ତନଖୁ ବ୍ୟବସ୍ଥା ସ୍ଥାପନ ପାଇଁ 51 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

22 ଟି ITI ରେ ଉତ୍କର୍ଷ କେନ୍ଦ୍ର (Centre of Excellence) ପ୍ରତିଷ୍ଠା ପାଇଁ 130 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତ ସୁବିଧା ବିକାଶ ପାଇଁ 26 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ପାଇଁ 5 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ 125 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ (DAJGUA) ପାଇଁ 92 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନ ପାଇଁ 142 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତ ସୁବିଧା ବିକାଶ ପାଇଁ 26 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ 60 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ମୋଟ 1,685 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିଭିନ୍ନ ନିଯୁକ୍ତି ପରୀକ୍ଷା ଆୟୋଜନ ପାଇଁ 15 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ (GA&PG)ଅଧୀନରେ ଥିବା ଅଣଆବାସିକ କୋଠାର ରକ୍ଷଣାବେକ୍ଷଣ ପାଇଁ 13 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। କୋଠ ଭୋଗ ଦାନ ଯୋଜନା ପାଇଁ 15 କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ରଥ ଚଢ଼ିନଥିବାରୁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ 12 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ପାରିଶ୍ରମିକ ବ୍ୟବସ୍ଥା ପାଇଁ ଅନୁଦାନ ବାବଦରେ 5 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।ଓଡ଼ିଶା ବିଧାନସଭାର କୋଠା ନିର୍ମାଣ ପାଇଁ 6 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟର ମାଧ୍ଯମିକ ବିଦ୍ୟାଳୟରେ ଅତିଥୁ ଅଧ୍ୟାପକଙ୍କ ଦରମା ବାବଦରେ 20 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି I ଓଡ଼ିଶା ମାଧ୍ଯମିକ ଶିକ୍ଷା ପରିଷଦକୁ 13 କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା କରାଯାଇଛି ।କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ଔଷଧ ବାବଦରେ 15 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି I ଓଡ଼ିଶା ଉଠା ଜଳସେଚନ ନିଗମ (OLIC)କୁ ଅନୁଦାନ ବାବଦରେ 20 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି I

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ସାଧାରଣ ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ 37 କୋଟି ଟଙ୍କା ଏବଂ ସରକାରୀ ପ୍ରଶିକ୍ଷଣ ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ 17 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି I ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ 27 କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିମଧ୍ୟରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ 5 କୋଟି ଟଙ୍କା, ଉତ୍କଳ ବିଶ୍ୱ ବିଦ୍ୟାଳୟ ପାଇଁ 13 କୋଟି ଟଙ୍କା ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ ୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Budget 2024 : Provision of Rs 5 crore for Shri Jagannath Ratna Bhandar | Argus News