Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Budget-2025: ୧୨. ୮୮ ଲକ୍ଷ ନିଯୁକ୍ତି ସୁଯୋଗ

Odisha

Budget-2025: ୧୨. ୮୮ ଲକ୍ଷ ନିଯୁକ୍ତି ସୁଯୋଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
Budget-2025: ୧୨. ୮୮ ଲକ୍ଷ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର:  ୨୦୨୫-୨୬ ବର୍ଷର ରାଜ୍ୟ ବଜେଟ୍‌ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ଥର ରାଜ୍ୟ ବଜେଟର ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି । ମୋହନ ମାଝୀଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌। ବଜେଟ୍‌ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ। ଉତ୍କର୍ଷ ଓଡ଼ିଶା ଜରିଆରେ ୫୯୩ ପ୍ରକଳ୍ପକୁ ଗ୍ରହଣ କରାଯାଇଛି।


ମୋଟ ୧୬ ଲକ୍ଷ ୭୩ ହଜାର କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ ରଖାଯାଇଛି। ସେହିପରି ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ନେଇ ଆଶାବାଦୀ ରହିଛୁ। ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ଲକ୍ଷ୍ୟ ରଖିଛୁ। ଏହାସହ ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜି ନିବେଶ କରି ବିକାଶ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟରେ ବିଭିନ୍ନ କ୍ଷେତ୍ରକୁ ଧ୍ୟାନ ଦିଆଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଖେଳ, ମତ୍ସ୍ୟ ଓ ପଶୁପାଳନ, ପେନସନ୍‌ ଭଳି ସମସ୍ତ ଜିନିଷକୁ ଗୁରୁତ୍ୱ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବଜେଟରେ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି । କର୍କଟ ରୋଗର ଚିକିତ୍ସା ଲାଗି ବଜେଟରେ ବ୍ୟୟବରାଦ। କର୍କଟ ରୋଗ ଚିକିତ୍ସା ଲାଗି ୨୭୦ କୋଟି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଲାଗି ୨୨୬୦ କୋଟି। ଏମଡିଏମ୍‌ ସହାୟିକାଙ୍କ ପାରିତୋଷିକ ବଢ଼ିବ । 

Sponsored
Budget-2025: 12.88 lakh employment opportunities | Argus News