Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Budget Session / ଆସନ୍ତାକାଲି ଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ, ୩ଲକ୍ଷ କୋଟି ଟପିବ ବଜେଟ

Bikash Mohanty
Browse all articles by Bikash Mohanty
·4 months ago·2 min read
ଆସନ୍ତାକାଲି ଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ, ୩ଲକ୍ଷ କୋଟି ଟପିବ ବଜେଟ
Assembly session

Key Points

ଆସନ୍ତାକାଲି ଠାରୁ ଓଡ଼ିଶା ବିଧାନସଭାର ଅଧିବେଶନ
୨୦ ତାରିଖରେ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ
୩ ଲକ୍ଷ କୋଟି ଟଙ୍କା  ଟପିବ ବଜେଟ

ଆସନ୍ତାକାଲି ଠାରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ । ସୁରୁଖୁରୁରେ ବିଧାନସଭା ଚଲାଇବା ପାଇଁ ବସିଲା ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢୀଙ୍କ ଅଧକ୍ଷତାରେ ବସିଲା ବୈଠକ। ବିଧାନସଭାକୁ ସୁରୁଖୁରୁରେ ଚଲାଇବା ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢୀ।
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗଦେଇଛନ୍ତି। 

ଆସନ୍ତା କାଲି ଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ଆସନ୍ତା ୨୦ ତାରିଖରେ ୨୦୨୬-୨୭ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫେବୃୟାରୀ ୧୭ ରୁ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନ। ବଜେଟ ଅଧିବେଶନରେ ମୋଟ ୨୮ ଟି କାର୍ଯ୍ୟଦିବସ ରହିଛି। ରାଜ୍ୟପାଳଙ୍କ ଅଭିଭାଷଣ ରୁ ଗୃହକାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ୟପଟେ ଆଜି ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସର ବି ବସିବ ବିଧାୟକ ଦଳ ବୈଠକ। ଧାନକିଣା, ପିୟୁସିସି, ମହିଳା ହିଂସା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବେ ବିରୋଧୀ। ସେପଟେ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିବ। ବିରୋଧିଙ୍କୁ ସାମ୍ନା କରିବା ପାଇଁ ରଣନିତି ପ୍ରସ୍ତୁତ କରିବ।

ପଢ଼ନ୍ତୁ ଏହି ଖବର: ଏହିଦିନ ଖାତାକୁ ଆସିବ ‘ସୁଭଦ୍ରା’ର ଚତୁର୍ଥ କିସ୍ତି, କୋଟିଏ ମହିଳା ପାଇବେ ୫୦୦୦ ଲେଖାଏଁ

ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କଲା କମିଶନରେଟ ପୋଲିସ। ବିଧାନସଭା ଭିତରେ ଓ ବାହାରେ ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଡଗ ସ୍କ୍ବାର୍ଡ, ବମ ସ୍କ୍ବାର୍ଡ, ସ୍ନେକ ହେଲ୍ପଲାଇନ, ଅଗ୍ନିଶମ ବିଭାଗ ବିଧାନସଭା ଭିତରେ ଓ ବାହାରେ ନିୟୋଜିତ ରହିବେ। 20 ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ବିଧାନସଭା ଚତୁଃପାର୍ଶ୍ଵରେ ରହିବେ ମୁତୟନ I ସିସିଟିଭି ଭିତରେ ରହିବ ସମ୍ପୂର୍ଣ୍ଣ ବିଧାନସଭା ପରିସର। ଏଥିପାଇଁ ବିଧାନସଭା ଆଗରେ ଅସ୍ଥାୟୀ ପୋଲିସ କ୍ୟାମ୍ପ ସହିତ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ ତିଆରି କରାଯାଇଛି । ଗାନ୍ଧିମାର୍ଗକୁ ଏଆଇ କ୍ୟାମେରା ସରଭିଲାନ୍ସରେ ରଖାଯାଇଛି। ଗୁଇନ୍ଦା ବିଭାଗ ସାଧା ପୋଷାକରେ ରାଜଧାନୀର ବିଭିନ୍ନ ସ୍ଥାନରେ ନିୟୋଜିତ ରହିବେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Budget Session | Budget Session 2026 Begins | Odisha Budget May Cross ₹3 Lakh Crore | Argus News