Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Assembly / ଗୃହ ଚଳାଇ ଦେଉ ନାହାନ୍ତି ବିରୋଧୀ, ପଞ୍ଚମଦିନରେ ବି ଗୃହ ଅଚଳ କଲେ ବିରୋଧୀ

Bikash Mohanty
Browse all articles by Bikash Mohanty
·4 months ago·2 min read
ଗୃହ ଚଳାଇ ଦେଉ ନାହାନ୍ତି ବିରୋଧୀ, ପଞ୍ଚମଦିନରେ ବି ଗୃହ ଅଚଳ କଲେ ବିରୋଧୀ
Assembly session

Key Points

ବିଧାନସଭା ବଜେଟ ଅଧିବେଶର ପଞ୍ଚମ ଦିନ
ପଞ୍ଚମ ଦିନରେ ବି ଜିଦ୍‌ରେ ଅଟଳ ବିରୋଧୀ
ଗୃହର ମଧ୍ୟ ଭାଗରେ ହୋହଲ୍ଲା କଲେ ବିରୋଧୀ
ବାରମ୍ବାର ଗୃହ ମୁଲତବି


ଆଜିଥିଲା ବିଧାନସଭା ବଜେଟ ଅଧିବେଶର ପଞ୍ଚମ ଦିନ। ପଞ୍ଚମ ଦିନରେ ବି ଜିଦ୍‌ରେ ଅଟଳ ବିରୋଧୀ। ଆଜି ପ୍ରଥମାର୍ଦ୍ଧରେ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକମାନେ ଗୃହର ମଧ୍ୟ ଭାଗରେ ହୋହଲ୍ଲା କରିବାରୁ ମାତ୍ର ୧୩ମିନିଟ୍ ପାଇଁ ଗୃହ କାର୍ଯ୍ୟ ଚାଲିଥିଲା। ଏପରିକି ଗୃହ କାର୍ଯ୍ୟ ସ୍ବାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ଏହା ଫଳପ୍ରଦ ହୋଇନଥିଲା। ଫଳରେ ଗୃହ ବିଭିନ୍ନ ପର୍ଯ୍ୟାୟରେ ୩ଥର ମୁଲତବୀ ହେବା ପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମଧ୍ୟାହ୍ନ ୧୨ଟା ୧୫ରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ଦଳର ବିଧାୟକମାନେ ମୁଣ୍ଡରେ ଓ ହାତରେ କଳା ପଟି ବାନ୍ଧି ପୋଷ୍ଟର ଧରି ଗୃହର ମଧ୍ୟ ଭାଗରେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ବିଜେଡି ବିଧାୟକମା‌ନେ ବି ଜୋରଦାର ପ୍ରତିବାଦକରିଥିଲେ। ହେଲେ ବାଚସ୍ପତି ଗୃହ ଚଳାଇବାକୁ ଉଦ୍ୟମ କରି ସଞ୍ଜଳି ମୁର୍ମୁଙ୍କ ପ୍ରଶ୍ନ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଉତ୍ତର ରଖିବାକୁ ଡାକିଥିଲେ। ଏହାପରେ ସନାତନ ବିଜୁଳିଙ୍କ ଏକ ପ୍ରଶ୍ନର ବି ମନ୍ତ୍ରୀ ଶ୍ରୀ ଗଣ୍ଡ ଉତ୍ତର ରଖିଥିଲେ। ବିରୋଧୀଙ୍କ ପ୍ରତିବାଦର ସ୍ବର ବଢ଼ିବାରୁ ବାଚସ୍ପତି ୧୦ଟା ୩୬ରେ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।  ଏହା ପରେ ୧୧ଟା ୩୦ରେ ଶୂନ୍ୟକାଳ ଆରମ୍ଭ ହୋଇଥିଲେ ହେଁ ବିରୋଧୀଙ୍କ ପ୍ରତିବାଦ ଥମିନଥିଲା।  ଗୃହ ଚଳାଇବାରେ ବିଧାୟକମାନେ ସହଯୋଗ କରିବାକୁ ବାଚସ୍ପତି ବାରମ୍ବାର କହିଥିଲେ। ଏହାପରେ ବିରୋଧୀ ନଶୁଣିବାରୁ ବିଧାୟକ ମନୋରଂଜନ ଦ୍ୟାନସାମନ୍ତରାୟ, ଦୁର୍ଗା ପ୍ରସନ୍ନ ନାୟକ, ବିଜୟ କୁମାର ଦଳବେହେରା, ଓମ୍‌ ପ୍ରକାଶ ମିଶ୍ରଙ୍କୁ କହିବାକୁ ବାଚସ୍ପତି ଡାକିଥିଲେ। ସେମାନେ ୭ମିନିଟ ଭିତରେ ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ କହିଥିଲେ।

ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଉପବାଚସ୍ପତି ୧୨ଟାରୁ ୧୨ଟା ୧୫ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଲେ। କିନ୍ତୁ ବୈଠକ ସଫଳ ହେଲାନି। ବିରୋଧୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଜିଦ୍‌ରେ ଅଟଳ ରହିଲେ। ଶେଷରେ ୧୨ଟା ୧୫ରେ ଉପବାଚସ୍ପତି ଗୃହକୁ ଅପରାନ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।  

ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଗତବର୍ଷ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଣିଥିଲେ । ସେହିପରି ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଅଣାଯାଇଥିଲା । ତେବେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ ଲକ୍ଷ ୧୦ ହଜାର କୋଟି ଛୁଇଁଛି ।

ପଢନ୍ତୁ ଏହି ଖବର: ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ,ହୁଲସ୍ତୁଲ ହୋଇପାରେ ଗୃହ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Assembly Stalled | Budget Session Day 5: Opposition Uproar, House Adjourned Till 4 PM | Argus News