Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Assembly / ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ,ହୁଲସ୍ତୁଲ ହୋଇପାରେ ଗୃହ

Bikash Mohanty
Browse all articles by Bikash Mohanty
·4 months ago·2 min read
ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ,ହୁଲସ୍ତୁଲ ହୋଇପାରେ ଗୃହ
Assembly

Key Points

ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ
ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୋଇପାରେ ହୁଲସ୍ତୁଲ
ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ନିର୍ମାଣ, ଅବକାରୀ,
ଆଇନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି
ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ। ପଞ୍ଚମ ଦିନରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। 3 ଦିନ ଧରି ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗରେ ଗୃହ କମ୍ପୁ ଥିବା ବେଳେ ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ଅସ୍ତ୍ର କରି ପାରନ୍ତି ବିରୋଧୀ। ଏପଟେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ନିର୍ମାଣ, ଅବକାରୀ, ଆଇନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ତେବେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇ ପାରୁଛି ନା ନାହିଁ ତା ଉପରେ ରହିଛି ନଜର। ସେହିପରି ଅପରାହ୍ନରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଉପସ୍ଥାନ ହେବାର ଅଛି। ଗତକାଲି ଉପସ୍ଥାପିତ ହୋଇଥିଲା ୨୦୨୬-୨୭ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍। ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ଗତକାଲି ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବଜେଟ ବୃଦ୍ଧି ପାଇଛି । ଏଥିରେ ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କ୍ରୀଡ଼ା, ଶିଳ୍ପ, ବାଣିଜ୍ୟ, ମହିଳା ଓ ଶିଶୁ ବିକାଶ କଲ୍ୟାଣ, ସାମାଜିକ ସଶକ୍ତୀକରଣ ଆଦି ବିକାଶମୂଳକ କାର୍ଯ୍ୟ ପାଇଁ ଲକ୍ଷ୍ୟ ରଖାଯାଇଛି। ସର୍ବାଧିକ ଅର୍ଥ ବିଭାଗକୁ 65 ହଜାର 292 କୋଟି, ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ 34 ହଜାର 166 କୋଟି, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ 31 ହଜାର 997 କୋଟି, ସ୍ୱାସ୍ଥ୍ୟ ବିଭାଗ କୁ 23 ହଜାର 182 କୋଟି, ଜଳ ସମ୍ପଦ ବିଭାଗକୁ 16 ହଜାର 488 କୋଟି, ମହିଳା ଓ ଶିଶୁ ବିଭାଗ କୁ 16 ହଜାର 152 କୋଟି, କୃଷି ବିଭାଗ କୁ 14 ହଜାର 701 କୋଟି, ପୂର୍ତ୍ତ ବିଭାଗ କୁ 13 ହଜାର 451 କୋଟି, ଗୃହ ବିଭାଗ କୁ 11 ହଜାର 28 କୋଟି, ଗୃହ ଓ ନଗର ଉନ୍ନୟନ ବିଭାଗ କୁ 10 ହଜାର 567 କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ କୁ 10 ହଜାର 204 କୋଟି, ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ କୁ 9 ହଜାର 610 କୋଟି, ରାଜସ୍ବ ବିପର୍ଯୟ ଓ ପରିଚାଳନା ବିଭାଗ କୁ 5 ହଜାର 558 କୋଟି ବ୍ୟୟ ବରାଦ କରାଯାଇଛି ।
ପଢନ୍ତୁ ଏହି ଖବର: ୬ ଲକ୍ଷ ୭୩ ହଜାର ବୟସ୍କଙ୍କୁ କେବେ ମିଳିବ ବାର୍ଦ୍ଧକ୍ୟ ଭତ୍ତା ? ମନ୍ତ୍ରୀ କହିଲେ, 'ଶୂନ୍ୟସ୍ଥାନ ସୃଷ୍ଟି ହେଲେ...'
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Assembly | Budget Session Fifth Day | Possible Uproar in Assembly Today | Argus News