Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୮ ମାସ ପରେ ବଜେଟ ଦେଖାଇବ ବିକାଶର ସ୍ପଷ୍ଟ ନକସା

Odisha

୮ ମାସ ପରେ ବଜେଟ ଦେଖାଇବ ବିକାଶର ସ୍ପଷ୍ଟ ନକସା

Banajyotshna Ray
Browse all articles by Banajyotshna Ray
·1 year ago·2 min read
୮ ମାସ ପରେ ବଜେଟ ଦେଖାଇବ ବିକାଶର ସ୍ପଷ୍ଟ ନକସା

ଅର୍ଗସ ବ୍ୟୁରୋ:  କାଲିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ.. ଏଥର ବଜେଟରେ ସରକାର ଜନ କଲ୍ୟାଣ ପାଇଁ ଆଣିପାରନ୍ତି ଯୋଜନା.. ଲକ୍ଷ୍ୟ 2036ର ବିକଶିତ ଓଡିଶା ...ପୂର୍ବରୁ ରାଜ୍ୟ ବଜେଟ୍ ଥିଲା ଖଣି ଆଧାରିତ ... ଏଥର କୃଷି, ଟୁରିଜିମ୍, ସର୍ଭିସ ସେକ୍ଟରକୁ ଦେଇପାରନ୍ତି ଗୁରତ୍ବ...ପ୍ରତିବର୍ଷ ବଜେଟର ଆକାର ବଢୁଛି କିନ୍ତୁ ଏହା ମହାପ୍ରଭୁ ଜଗନ୍ନାଥ ଦେଇଥିବା ଖଣି ଆଧାରିତ.. ସରକାର ଧନୀ, ହେଲେ ଲୋକଙ୍କ ପାଖକୁ ଯାଉନି ପଇସା... ଏଥର ଉତ୍କର୍ଷ ଓଡିଶାର ଆଧାରରେ ହୋଇପାରେ ବଜେଟର ରୁପରେଖ ।


ଆକଳନ ଅନୁସାରେ ଏଥର 2 ଲକ୍ଷ 80 ହଜାର କୋଟି ଟପିପାରେ ରାଜ୍ୟ ବଜେଟ୍ । ସରକାରଙ୍କ ଫୋକସରେ ଯୁବ ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି କ୍ଷେତ୍ରକୁ ମିଳିପାରେ ଅଧିକ ଗୁରୁତ୍ବ । ଆସନ୍ତା 17 ତାରିଖରେ ବିଧାନସଭାରେ ଆଗତ ହେବ 205-26 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବିଜେଟ୍ । ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଉପସ୍ଥାପନ କରିବେ ବଜେଟ୍ । ତେବେ କଣ ରହିବ ରାଜ୍ୟ ବଜେଟରେ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ପୁରୁଣା ଫ୍ଲାଗସିପ୍ କାର୍ଯ୍ୟକ୍ରମକୁ ଗୁରୁତ୍ବ, ଘୋଷଣା ହୋଇଥିବା ଯୋଜନାରେ ବ୍ୟୟ ବରାଦ ସହ ନୂଆ ଯୋଜନା ଆଣିବା ସରକାରଙ୍କ ପାଇଁ ହୋଇପାରେ ଚ୍ୟାଲେଞ୍ଜ । ବିଶେଷ କରି ସୁଭଦ୍ରା, ଧାନ ଏମଏସପି ଉପରେ 800 ଟଙ୍କାର ସବସିଡ୍ ସହ ଅନ୍ତଦ୍ବୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଯୋଜନା, ସାମାଜିକ ପ୍ନସନ ସ୍କିମ୍, ପ୍ରତି ବ୍ଲକ୍ ରେ ଷ୍ଟାଡିୟମ, 58 ଟି ନୂଆ ଶୀତଳ ଭଣ୍ଡାର ସହ 100 ରୁ ଅଧିକ ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ପାଇଁ ବ୍ୟୟ ବରାଦ ବିଜେଟର ବଡ ଅଂଶ ଯାଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଆସନ୍ତା କାଲି ଠୁ ବିଧାନସଭା ଆରମ୍ଭ ହେଉଥିବାରୁ ତିନି ରାଜନୈତିକ ଦଳ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତି କରିଛନ୍ତି । ସରକାର ଅନେକ ବିଲ ଉପସ୍ଥାପନ ପାଇଁ ଯୋଜନା ରଖିଥିବା ବେଳେ 8 ମାସ ସରକାରଙ୍କ ସଫଳତାକୁ ପ୍ରସଙ୍ଗ କରି ବିରୋଧୀଙ୍କ ମୁକାବିଲା ଲାଗି ବିଜେପି ବିଧାୟକ ଦଳ ନିଷ୍ପତ୍ତି ନେଇଛି । ସେହିପରି ବିଜେଡି ଓ କଂଗ୍ରେସ ପୁଳା ପୁଳା ପ୍ରସଙ୍ଗ ଧରି ସରକାରକୁ ଘେରିବାକୁ ଯୋଜନା କରିଛନ୍ତି । ବିଧାନସଭା ବଜେଟ୍ ଅଧିବେଶନ 28 ଟି କାର୍ଯ୍ୟ ଦିବସ ସହ ଲମ୍ବା ଅବଧି ପର୍ଯ୍ୟନ୍ତ ଚାଲିବ । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହ ବିଧାନସଭା ପରିସରକୁ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ତା ଭିତରେ ରଖାଯାଇଛି ।

Sponsored
Budget to show clear development plan after 8 months | Argus News