Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୂଳ ଖାଉଛି ବୁଢାବଳଙ୍ଗ ନଦୀ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୂଳ ଖାଉଛି ବୁଢାବଳଙ୍ଗ ନଦୀ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଅଧିନରେ ଥିବା ଖୁଣ୍ଟାପାଳ, ମେଣ୍ଢାମୁଣ୍ଡିଆ ଏବଂ କୁଳିଅଣା ଦେଇ ବହି ଯାଇଥିବା ବୁଢ଼ାବଳଙ୍ଗ ନଦୀର । ଦୀର୍ଘ ବର୍ଷ ଧରି ଏହି ତିନୋଟି ଗାଁର ଲୋକମାନେ ବୁଢ଼ାବଳଙ୍ଗ ନଦୀ କୂଳରେ ବସବାସ କରିଆସୁଥିବା ବେଳେ ଫାଇଲିନ୍ ,ଫନି, ତିତିଲି, ହୁଡୁହୁଡ୍ ଭଳି ବାତ୍ୟା ପରେ ପାଖାପାଖି ୨ କିଲୋମିଟର ନଦୀର କୂଳ ଖାଇ ଯାଇଛି । ଯାହାକୁ ନେଇ ବର୍ତ୍ତମାନ ଏହି ତିନୋଟି ଗାଁର ଗ୍ରାମବାସୀ ସମ୍ପୂର୍ଣ୍ଣ ଭୟଭୀତ ଅବସ୍ଥାରେ ।

ଖାଲି ଏତିକି ନୁହେଁ, ଟିକିଏ ନଜର ପକାନ୍ତୁ ଏହି ଖୁଣ୍ଟାପାଳ ମେଣ୍ଢାମୁଣ୍ଡିଆ ଦେଇ କୁଳିଅଣା ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକକୁ । ନଦୀର କୂଳ ଖାଇ ଖାଇ କେତେବେଳେ ଯେ ରାସ୍ତା ଭୁଶୁଡିଯିବ କିଏ ବା କହିବ । ଯଦି ଏହି ବୁଢ଼ାବଳଙ୍ଗ ନଦୀର ଆଡ଼ିବନ୍ଧକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାନଯାଏ, ତେବେ ଆଗାମୀ ଦିନରେ ଯୋଗାଯୋଗ ବି ବିଛିନ୍ନ ହୋଇଯାଇପାରେ ।

ଏଠାକାର ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ, ଲୋକ ପ୍ରତିନିଧିଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ନଦୀର ଆଡ଼ିବନ୍ଧ ଉପରେ କାହାର ନଜର ପଡିନାହିଁ । ତେବେ ଦୀର୍ଘ ୨୪ ବର୍ଷର ନବୀନ ସରକାରଙ୍କ ବୈମାତୃକ ମନୋଭାବ ଏବଂ ପ୍ରଶାସନିକ କ୍ଷେତ୍ରରେ ଅଫିସରରାଜ୍ ପାଇଁ ଅଭିଯୋଗ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ଡବଲ୍ ଇଞ୍ଜିନ୍ ସରକାରଙ୍କ ନିକଟରେ ଖୁଣ୍ଟାପାଳ, ମେଣ୍ଢାମୁଣ୍ଡିଆ ଏବଂ କୁଳିଅଣା ଗାଁର ସୁରକ୍ଷା ପାଇଁ ବୁଢ଼ାବଳଙ୍ଗ ନଦୀର କୂଳରେ ପଥର ପ୍ୟାକିଂ କରିବାକୁ ଦାବି କରିଛନ୍ତି ଏହି ୩ ଗାଁର ଗ୍ରାମବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
budhabalanga-river-overflows-villagers-in-fear | Argus News