|
logo
Live

Argus News - ମଇଁଷି ଦାମ୍ 35 କୋଟି; ଖାଉଛି କାଜୁ ବାଦାମ, ପିଉଛି କ୍ଷୀର

Odisha

ମଇଁଷି ଦାମ୍ 35 କୋଟି; ଖାଉଛି କାଜୁ ବାଦାମ, ପିଉଛି କ୍ଷୀର

Smruti Parija
Browse all articles by Smruti Parija
·1 year ago·2 min read
ମଇଁଷି ଦାମ୍ 35 କୋଟି; ଖାଉଛି କାଜୁ ବାଦାମ, ପିଉଛି କ୍ଷୀର

Key Points

ମଇଁଷି ଦାମ୍ 35 କୋଟି

ମାସକୁ ଖର୍ଚ୍ଚ ୧ ଲକ୍ଷ ଟଙ୍କା

ଖାଉଛି କାଜୁ ବାଦାମ ସହ ସିଜିନାଲ୍ ଫୁଡ୍

ଏହି ମଇଁଷି ର ଦାମ୍ ଶୁଣିଲେ ହୋସ ଉଡିଯାଉଛି । ଯେଉଁଠି ଆମକୁ ଲକ୍ଷେ ଟଙ୍କା କମେଇବାକୁ ମାସ ମାସ ପରିଶ୍ରମ କରିବାକୁ ପଡୁଛି ସେଇଠି ଏହି ମଇଁଷି ପଛରେ ମାସକୁ ଖର୍ଚ୍ଚ ହେଉଛି ଲକ୍ଷେ ଟଙ୍କାରୁ ଅଧିକ । ଖାଉଛି କାଜୁ , ପେସ୍ତାବାଦାମ, ଗାଜର, ବନ୍ଧାକୋବି, ଋତୁଜାତୀୟ ପରିବା, ଶୁଖିଲା ନଡ଼ା ଓ ସବୁଜ ଘାସ l ଏଥିସହିତ ଭୀମ ପ୍ରତିଦିନ ବିଲୋନା ଘିଅର ପ୍ରାୟ ୧ କିଲୋ ହାଲୁଆ ଖାଇବାକୁ ଭଲପାଏ ବୋଲି ତାର ପ୍ରତିପାଳକ କହିଛନ୍ତି l । ଭୁବନେଶ୍ୱରରେ ଚାଲୁଥିବା ପ୍ରାଣୀ ଓ ମତ୍ସ୍ୟଜୀବୀ ସମାବେଶରେ ଏହି ମଇଁଷିକୁ ନେଇ ବେଶ ଚର୍ଚ୍ଚା


ରାଜସ୍ଥାନରୁ ଆସିଥିବା ଏହି ମଇଁଷିର ନାଁ ଭୀମ । ମାଲିକଙ୍କ କହିବାନୁଯାୟୀ ଏହି ମଇଁଷିଟି ତାଙ୍କ ପାଇଁ ଅମୂଲ୍ୟ ସମ୍ପଦ । ଯେତେବେଳେ ମଇଁଷିଟି 5 ବର୍ଷର ଥିଲା ସେତେବେଳେ ସେ 25 ଲିଟର କ୍ଷୀର ପିଉଥିଲା । ଏହି ମଇଁଷିଟି ତାଙ୍କର ସବୁଠାରୁ ସୁନ୍ଦର କଲେକ୍ସନ । ସେ ଏହାକୁ କେବେ ବି ବିକିବେନି । ଖୁବ ଶ୍ରଦ୍ଧାର ସହ ତାକୁ ବଢାଉଛନ୍ତି । ହେଲେ ଯେତେବେଳେ ବି ପ୍ରଦର୍ଶନୀ ପାଇଁ ତାକୁ କେଉଁଠିକୁ ନେଇକି ଯାଆନ୍ତି ଲୋକେ ତାକୁ କିଣିବାକୁ ଇଚ୍ଛା ପ୍ରକାଶ କରନ୍ତି ।


ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ । ଏହି ସମାବେଶ ଆଜିଠୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।୨୦୨୫ ବର୍ଷ ପାଇଁ ଥିମ ରହିଛି “ମତ୍ସ୍ୟ ଓ ପ୍ରାଣୀପାଳନ, ଜୀବନଜୀବିକା ଜୈବସନ୍ତୁଳନ । ଏହି ସମାବେଶକୁ ଭରତାର ବିଭିନ୍ନ ବୈଜ୍ଞାନିକ ,ଚାଷୀ ମାନେ ଆସିଛନ୍ତି ଯାହାକୁ ଦେଖିଲେ ଆମର କୃଷକ ମାନେ କିଛି ଶିଖିବେ ଏବଂ ପ୍ରେରଣା ପାଇବେ । ଚାକିରି ସହ କୃଷି ପଶୁ ପାଳନ କ୍ଷେତ୍ରରେ ଆଗକୁ ଯିବା ସହ ଆମର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ ଏହି ସମାବେଶକୁ ଅଧିକ ଆକର୍ଷଣୀୟ କରୁଛି ରାଜସ୍ଥାନରୁ ଆସିଥିବା ମଇଁଷି ଭୀମ । କେବଳ ସେତିକି ନୁହେଁ ପ୍ରାୟ ୨୦୦ ଟି ଷ୍ଟଲ୍‌ ରେ ମତ୍ସ୍ୟ, ପ୍ରାଣୀପାଳନ, ବିଭିନ୍ନ ବିଭାଗ ଓ କମ୍ପାନୀର ଉତ୍ପାଦ ପ୍ରଦର୍ଶିତ ହୋଇଥିବା ବେଳେ ୨ଟି ଖୋଲା ହ୍ୟାଙ୍ଗରରେ ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟ ପ୍ରଦର୍ଶନୀ କରାଯାଇଛି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି ।


ସୁନ୍ଦର ଓ ବଳିଷ୍ଠ ସ୍ବାସ୍ଥ୍ୟ ପାଇଁ ମଇଁଷି ଷଣ୍ଢ ‘ଭୀମ’ ପ୍ରତିଦିନ ଖୋଲା ପଡ଼ିଆରେ ବ୍ୟାୟମ କରିଥାଏ ଓ ସନ୍ତରଣ କୁଣ୍ଡରେ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ସନ୍ତରଣ କରିଥାଏ l ଏହି ସମସ୍ତ କାରଣ ପାଇଁ ‘ଭୀମ’ ସମଗ୍ର ଦେଶରେ ଏକ ମଇଁଷି ଷଣ୍ଢରୂପେ ପରିଚିତି ପାଇଛି l ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା ମଇଁଷି ଷଣ୍ଢ ‘ଭୀମ’ର ଉପସ୍ଥିତି ଯୋଗୁଁ ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ତାକୁ ଦେଖିବାର ଓ ମୁରା ପ୍ରଜାତି ମଇଁଷିଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି l ସୂଚନାଯୋଗ୍ୟଯେ, ମୁରା ପ୍ରଜାତିର ମଇଁଷିମାନଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ଦିନକୁ ୨୦-୨୫ ଲିଟର ହୋଇଥାଏ l 

Sponsored
ମଇଁଷି ଦାମ୍ 35 କୋଟି; ଖାଉଛି କାଜୁ ବାଦାମ, ପିଉଛି କ୍ଷୀର | Argus News