ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଅଭିଯୁକ୍ତ ବିଲଡର ନିରଞ୍ଜନ ରଣା ଗିରଫ
·1 year ago

ଭୁବନେଶ୍ୱର: ବନ୍ଧା ହେଲା ଜମି ଦଲାଲ । ମିଛ ଜମି ଦେଖାଇ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଅଭିଯୁକ୍ତ ବିଲଡର ନିରଞ୍ଜନ ରଣାକୁ ପୁଣି ଥରେ ବାନ୍ଧିଛି ପୋଲିସ I ମିଛ ଜମିପଟ୍ଟା ଦେଖାଇ ଶତାଧିକ ଲୋକଙ୍କଠୁ କୋଟି କୋଟି ଟଙ୍କା ଠକେଇ କରିଥିବାର ରାଣା ଉପରେ ରହିଛି ସାଂଘାତିକ ଅଭିଯୋଗ। ପୂର୍ବରୁ ପୋଲିସ ରାଣାକୁ ଗିରଫ କରିଥିଲେ ମଧ୍ୟ ବାରମ୍ବାର ବେଲରେ ବାହାରକୁ ଆସି ନିଜ କଳାକାରବାରକୁ ବଜାୟ ରଖୁଥିଲା।
ତେବେ ଏହି ଠକ ବିରୋଧରେ ୦୭ ଜାମିନ ବିହୀନ ଗିରଫ ପରୱାନା ସହ ମୋଟ୍ ୩୫ଟି ମାମଲା ରହିଥିବା ଜାଣିବାକୁ ମିଳିଛି I ଲୋକଙ୍କୁ ମିଛ ଜମି ଦେଖାଇ ଟଙ୍କା ହଡ଼ପ କରିବା ପରେ ଅଣ୍ଡରଗ୍ରାଉଣ୍ଡ ହୋଇଯାଉଥିଲା ଏହି ଅଭିଯୁକ୍ତ । ଏବେ ପୋଲିସ ଫନ୍ଦାରେ ପଡିବା ପରେ ତାର ସବୁ କଳାକାରନାମାର ସତ ପଦାକୁ ଆସିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: