Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୁଲଡୋଜର ଲଗାଇ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମକୁ ଭାଙ୍ଗୁଛି ବିଡିଏ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବୁଲଡୋଜର ଲଗାଇ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମକୁ ଭାଙ୍ଗୁଛି ବିଡିଏ

ଭୁବନେଶ୍ଵର: ବୁଲୁଛି ବୁଲଡୋଜର, ଭାଙ୍ଗୁଛି ଆଶ୍ରମ । ସରକାରୀ ଜମିରେ ଥିବା ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମକୁ ବୁଲଡୋଜର ଲଗାଇ ଭାଙ୍ଗୁଛି ପ୍ରଶାସନ । ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମିରେ ଜବରଦଖଲରେ ଥିବାରୁ ଉଚ୍ଛେଦ କରୁଛି ବିଡିଏ । ଉଚ୍ଛେଦ ପୂର୍ବରୁ ଆଶ୍ରମକୁ ଖାଲି କରାଯାଇଥିଲା ।


ପ୍ରଶାସନ ପକ୍ଷରୁ ୨ଟି ବୁଲଡୋଜର ଲଗାଇ ଆଶ୍ରମକୁ ଉଚ୍ଛେଦ କରାଯାଉଛି । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉଚ୍ଛେଦ ଚାଲିବ । କିଛି ବାକି ରହିଲେ ଆସନ୍ତାକାଲି ମଧ୍ୟ ଉଚ୍ଛେଦ କରାଯିବ । ଉଚ୍ଛେଦ ଲାଗି ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ ହୋଇଛନ୍ତି ।


ବୈକୁଣ୍ଠ ଧାମ ଆଶ୍ରମ ଭଙ୍ଗାଯିବାକୁ ସ୍ଥାନୀୟ ଲୋକ ସ୍ଵାଗତ କରିଛନ୍ତି । କହିଛନ୍ତି, ସରକାରୀ ଜମିରେ ଆଶ୍ରମ କରି ପୁଅକୁ କଳକୀ ଅବତାର କହି ଲୋକଙ୍କୁ ଭଣ୍ଡାଇ ଚାଲିଥିଲେ । ଆଶ୍ରମ ଭାଙ୍ଗିବା ଠିକ୍ ଅଟେ । ପୁଅକୁ ଠାକୁର କହି ତୁଳସୀ ପାଦ ତଳେ ରଖୁଥିଲେ, ଭାଣ୍ଡାମୀ ଚଳାଇ ଥିଲେ ବୋଲି କହିଛନ୍ତି ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବେଆଇନ ଭାବେ ସରକାରୀ ଜମି ଉପରେ ଗଢି ଉଠିଥିଲା ସାମ୍ରାଜ୍ୟ । ଭୁବନେଶ୍ଵର ଘାଟିକିଆ ଅଞ୍ଚଳରେ ବହୁ ବର୍ଷ ଧରି ସରକାରୀ ଜମିକୁ ହଡ଼ପ କରି ବୈକୁଣ୍ଠ ଧାମ ଆଶ୍ରମ କରିଥିଲେ ବାବା କାଶୀନାଥ। ପୁଅକୁ କଳକୀ ଅବତାର ସଜେଇ ଲୋକଙ୍କୁ ଭଣ୍ଡାଇ ଚାଲିଥିଲେ ।


ଯେତେବେଳେ ବାବାଙ୍କ ମିଛ ଧରା ପଡ଼ିଗଲା ତ ହାଇକୋର୍ଟରେ ମିଛ ତଥ୍ୟ ଦେଇ ଜବରଦଖଲ ଉଚ୍ଛେଦ ଉପରେ ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଭକ୍ତଙ୍କୁ ଭଣ୍ଡାଉଥିବା ବାବା ହାଇକୋର୍ଟରେ ବି ମିଛ ତଥ୍ୟ ଦେଇଥିଲେ । ଆଶ୍ରମ ଉଚ୍ଛେଦ ଚାଲିଥିବା ବେଳେ ଏବେ ବି ଫେରାର ଅଛନ୍ତି ବାବା କାଶୀନାଥ ।

Sponsored
Bulldozer Runs On Baba Baikunth Dham Ashram | Argus News