ଗରିବଙ୍କ କୁଡିଆ ନୁହେଁ ଧନିଙ୍କ ମହଲ ଉପରେ ଚାଲିବ ବୁଲଡୋଜର

ଅର୍ଗସ ବ୍ୟୁରୋ: ଘରଟିଏ ପାଇଁ ଝୋପଡି କରି ୪ ଡିସମିଲ ଜମି ରଖିଥିବା ଗରିବ ଅପେକ୍ଷା ଏଥର ପ୍ରଭାବଶାଳୀଙ୍କ ଜବରଦଖଲ ଉପରେ ଚାଲିବ ବୁଲଡୋଜର । ପ୍ରଭାବଶାଳୀ ମାଡିବସିଥିବା ଜଙ୍ଗଲ, ଜମିକୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଯେଉଁ ଶିଳ୍ପାନୁଷ୍ଠାନ ଗୁଡିକ ବେଆଇନ ଭାବେ ଜମି ମାଡି ବସିଛନ୍ତି ସେଗୁଡିକୁ ଉଚ୍ଛେଦ କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଗରିବ ଲୋକଟିଏ ନିଜେ ରହିବା ପାଇଁ ଯେଉଁ ଅଳ୍ପ ଡେସିମିଲର ଯାଗା ମାଡି ବସିଛି ତା ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ଆସୁଥିଲା । ଏଣିତି ପ୍ରଭାବଶାଳୀ ଓ ଧନୀଙ୍କ ମହଲ ଯଦି ବେଆଇନ ଭାବେ ଜବର ଦଖଲ ହୋଇଥିବ ତେବେ ବୁଲଡୋଜର ଚାଲିବ ବୋଲି ସୁରେଶ କହିଛନ୍ତି । ବେଆଇନ ଆଶ୍ ଡମ୍ପିଂ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ।
2024 ନିର୍ବାଚନରେ ଜମି ଜବର ଦଖଲ ହଟାଇବା ବଡ ପ୍ରସଙ୍ଗ ବନିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚୀନୀ ସଭାରେ କହିଥିଲେ ମାଫିଆଙ୍କ ଅଂଟା ଭାଙ୍ଗିଦିଆଯିବ । ଏଇଟା ଥିଲା ମୋଦି ଗ୍ୟାରେଣ୍ଟି। ଯେଉଁମାନେ ପ୍ରଭାବଶାଳୀ ଅଛନ୍ତି, ଶିଳ୍ପପତି ଅଛନ୍ତି ଅଥଚ ବେଆଇନ ଭାବେ ଜମି ଜବର ଦଖଲ କରି ମହଲ ବନାଇଛନ୍ତି ଏବେ ସେଠି ବୁଲଡୋଜର ଚାଲିବ ବୋଲି ସମ୍ବଲପୁର ଗସ୍ତ କରି ଗୁଡେଶ୍ବର ବାବା ମନ୍ଦିର ରାସ୍ତାରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ। ଯାହାକୁ ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି ।
ବର୍ଷ ବର୍ଷ ଧରି ପ୍ରଭାବଶାଳୀମାନେ , ବଡ ବଡ ଶିଳ୍ପପତିମାନେ ବେଆଇନ ଭାବେ ଜମି ଜବର ଦଖଲ କରିବାର ନଜିର ରହିଛି । ମୋହନ ସରକାରରେ ଏହାକୁ ଆଉ ବରଦାସ୍ତ କରାଯିବନି । ଗରିବ ଗୁରୁବାଙ୍କ କୁଡିଆ ନୁହେଁ ଧନିକଙ୍କ ବେଆଇନ ମହଲ ଉପରେ ଚାଲିବ ବୁଲଡୋଜର।