Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bus Fire / ଘାଟି ଉଠୁଥିବାବେଳେ ହଠାତ୍ ବସ୍‌ରେ ଲାଗିଲା ନିଆଁ

Rashmita Mishra
Browse all articles by Rashmita Mishra
·8 months ago·2 min read
ଘାଟି ଉଠୁଥିବାବେଳେ ହଠାତ୍ ବସ୍‌ରେ ଲାଗିଲା ନିଆଁ

Key Points

ବିଚ୍‌ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ଯାତ୍ରୀ ବାହୀ ବସ୍‌ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସାଲୁର ଘାଟିରେ ଚଢୁଥିବା ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିବା ଯୋଗୁ ହୁତୁ ହୋଇ ଜଳିଯାଇଛି

ବସ୍‌ରେ ଲାଗିଲା ନିଆଁ । ବିଚ୍‌ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ଯାତ୍ରୀ ବାହୀ ବସ୍‌ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସାଲୁର ଘାଟିରେ ଚଢୁଥିବା ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିବା ଯୋଗୁ ହୁତୁ ହୋଇ ଜଳିଯାଇଛି । ଡ୍ରାଇଭର-ହେଲପର ସହ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନା ଅନୁଯାଇ ଆନ୍ଧ୍ର ରାଜ୍ୟର ବିଜୟନଗରମ ଠାରୁ ଭୋର୍‌ ସକାଳୁ ୫ଟା ସମୟରେ ଓଡିଶାର ଜୟପୁର ଅଭିମୁଖେ ଆସୁଥିବା OSRTC ବସ OD10 S 6754 ଉକ୍ତ ବସଟି ସାଲୁର୍‌ ଘାଟରେ ପହଞ୍ଚିବାବେଳେ ପ୍ରାୟ ୭ଟା ୨୦ ମିନିଟ ରେ ହଠାତ ନିଆଁ ଲାଗି ଯାଇଥିଲା। କିନ୍ତୁ ବସରେ ରହିଥିବା ଦୁଇ ଯାତ୍ରୀଙ୍କ ସହ ବସ ଡ୍ରାଇଭର ଓ କଣ୍ଡକ୍ଟର ସୁରକ୍ଷିତ ଭାବେ ଓହ୍ଲାଇ ପଡିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ବସ ଡ୍ରାଇଭରଙ୍କ କହିବା ଅନୁସାରେ ବସଟି ଘାଟି ଉଠୁଥିବା ସମୟରେ ବସର ଡେକ୍ସ ବୋର୍ଡରୁ ସଟ ସର୍କିଟ ହେବା ଫଳରେ ହଠାତ ନିଆଁ ଲାଗି ଯାଇଥିଲା । ବସରେ ରହିଥିବା ନିଆଁ ନିୟନ୍ତ୍ରଣ ଗ୍ୟାସ ରହିଥିବା ବେଳେ ଉକ୍ତ ଗ୍ୟାସରେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ନିଆଁ ଲିଭି ନ ଥିଲା । ଏପରି କି ଘଟଣାସ୍ଥଳ ଦେଇ ଯାଉଥିବା ଅନ୍ୟ ଗାଡ଼ିରୁ ମଧ୍ୟ ଗ୍ୟାସ ଆଣି ନିଆଁ ଲିଭାଇବା ପାଇଁ ଚେଷ୍ଟା କରା ଯାଇଥିଲେ ମଧ୍ୟ ନିଆଁ ଲିଭି ନ ଥିଲା ବୋଲି ପ୍ରକାଶ କରିଛନ୍ତି । ବସରେ ନିଆଁ ଲାଗି ଯାଇଥିବା ଖବର ପାଇ ଆନ୍ଧ୍ର ରାଜ୍ୟର ସାଲୁର୍‌ ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳେ ପହଞ୍ଚି ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପରେ ଘଟଣା ସ୍ଥଳ ଦେଇ ସମସ୍ତ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା ।

ସେପଟେ ଘଟଣା ସମ୍ପର୍କରେ ଖବର ପାଇ ବିଜୟନଗରମ ଡି ଏମ ରବିନ୍ଦ୍ର କୁମାର ବେହେରା ଘଟଣା ସ୍ଥଳକୁ ବାହାରି ଥିବା ବେଳେ ଜୟପୁର ଡି ଏମ ଇଶ୍ୱର ମହାପାତ୍ର ଦାୟିତ୍ୱରେ ରହିଥିବାରୁ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ସୂଚନା ଥାଉ କି ବସଟି ଗତ ଦୁଇଦିନ ହେଲା ସ୍ବତନ୍ତ୍ର ବସ ଭାବେ ବିଜୟନଗରମରୁ ଜୟପୁର ଅଭିମୁଖେ ଚାଲିବା ଆରମ୍ଭ ହୋଇଥିଲା।

ସୌଭାଗ୍ୟବଶତଃ କୌଣସି ମୃତାହତର ରିପୋର୍ଟ ହୋଇନାହିଁ, ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ବସ୍ ରୁ ଖସି ପଳାଇବାରେ ସଫଳ ହୋଇଛନ୍ତି। ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା, କିନ୍ତୁ ଶୀଘ୍ର ପଦକ୍ଷେପ ନେବା ଏବଂ ଅଳ୍ପକେ ରକ୍ଷା ପାଇବା ଯୋଗୁ କୌଣସି ଜୀବନହାନି ଘଟି ନାହିଁ। OSRTC ବସ୍‌ରେ ନିଆଁ ଲାଗିବା ଏହା ପ୍ରଥମ ଘଟଣା ନୁହେଁ। ଗତ କିଛି ମାସ ମଧ୍ୟରେ OSRTC ବସ୍‌ଗୁଡ଼ିକରେ ପୃଥକ ପୃଥକ ଘଟଣା ଘଟିଛି। ୨୦୨୪ ମାର୍ଚ୍ଚରେ ରାଣୀପଥର ଘାଟି (ଏକ ଭିନ୍ନ ସ୍ଥାନ)ରେ ଏକ OSRTC ବସ୍ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଥିଲେ।
ଅଗଷ୍ଟ ୨୦୨୫ରେ ଗଜପତିଜିଲ୍ଲା ଜଙ୍ଗଲରେ ୩୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ OSRTC ଭଲଭୋ ବସ୍ ଖରାପ ହୋଇ ଯିବାରୁ ଯାତ୍ରୀ ରାତିସାରା ଫସି ରହିଥିଲେ। ଏପ୍ରିଲ ୨୦୨୨ରେ ନୟାଗଡର ଟାକରା ଘାଟିରେ ଏକ OSRTC ବସ୍ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା, ଯାହା ଫଳରେ ଜଣେ ମୃତ୍ୟୁବରଣ କରିଥିଲେ ଏବଂ ୨୦ ଜଣ ଆହତ ହୋଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bus Fire | Bus Catches Fire Suddenly While Climbing Hill | Passengers Escape Safely – Argus News | Argus News