ଗୁଜରାଟରେ ଖାଇକୁ ଖସିଲା ବସ: ୨ ଶିଶୁ ମୃତ
·2 years ago·1 min read

ଅର୍ଗସ ବ୍ୟୁରୋ: ଗୁଜରାଟର ଡାଙ୍ଗରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଖାଲକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ୨୫ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳକୁ ରିଲିଫ ଓ ଉଦ୍ଧାରକାରୀ ଦଳ ପଠାଯାଇଛି। ସୂଚନା ଅନୁଯାୟୀ, ବସରେ ମୋଟ ୬୪ ଜଣ ଯାତ୍ରୀ ଥିଲେ।
ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ଘରୋଇ ବିଳାସପୂର୍ଣ୍ଣ ବସଟି ସପୁତରାରୁ ଯାଉଥିଲା। ବସରେ ମହିଳା ଓ ଶିଶୁଙ୍କ ସମେତ ୬୪ ଜଣ ଯାତ୍ରୀ ଥିଲେ। କୁହାଯାଉଛି ଯେ ଏହି ବସ୍ ଟି ସୁରଟରୁ ଯାତ୍ରୀଙ୍କୁ ନେଇ ସପୁତରା ଫେରୁଥିଲା। ଫେରୁଥିବା ବେଳେ ବସଟି ନିୟନ୍ତ୍ରଣ ହରାଇ ସପୁତାରା ମାଲେଗାମ ରାସ୍ତାରେ ଏକ ଖାଲକୁ ଖସି ପଡ଼ିଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ ଶିଶୁଙ୍କ ବୟସ ୮ରୁ ୧୦ ବର୍ଷ ମଧ୍ୟରେ ହେବା ଅନୁମାନ କରାଯାଉଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: